ବିଜେପି ୱାର୍ଡ ଅଫିସ ଉପରକୁ ବୋମାମାଡ ଅଭିଯୋଗ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବିଜେପିର ୱାର୍ଡ ଅଫିସ ଉପରକୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ୟୁନିଟ-୮ ଡେଲଟା କଲୋନୀରେ ଥିବା ବିଜେପିର ୱାର୍ଡ ଅଫିସ ଉପରକୁ ବୁଧବାର ସନ୍ଧ୍ୟାରେ ବୋମାମାଡ ହୋଇଛି । ତେବେ ବୋମା ଗୁଡିକ ଫୁଟି ନ ଥିବା ଜଣା ପଡିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ଦୁବୃର୍ତ୍ତମାନେ ୩ଟି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ନିଷ୍କ୍ରିୟ କରିଛି ଏବଂ ଘଯଣାର ତଦନ୍ତ ଆରମ୍ଭ କରିଛି।

Comments are closed.