ଭୋପାଳରେ ୫୩ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା ; ଅଂଶୁଘାତରେ ୪ ଟ୍ରେନ୍ ଯାତ୍ରୀଙ୍କ ମୃତ୍ୟୁ

ଭୋପାଳ : ଦକ୍ଷିଣ ଭାରତରେ ମୌସୁମୀ ବାୟୁ ପହଞ୍ଚି ସାରିଥିବା ମଧ୍ୟ ଅନ୍ୟ ରାଜ୍ୟଗୁଡିକରେ ଏବେ ବି ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ପ୍ରଚଣ୍ଡ ଖରା ଯୋଗୁଁ ଅଂଶୁଘାତରେ ଟ୍ରେନ୍ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି । ସୋମବାର ନୂଆଦିଲ୍ଲୀରୁ କେରଳର ଥିରୁଭାନନ୍ଥପୁରମ୍ ଯାଉଥିବା କେରଳ ଏକ୍ସପ୍ରେସରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଝାନ୍ସି ରେଳ ବିଭାଗ ପୁଲିସଙ୍କ ସୂଚନା ଅନୁଯାୟୀ, କେରଳ ଏକ୍ସପ୍ରେସ ଡବରା-ଝାନ୍ସି ମଧ୍ୟ​‌ରେ ଯାଉଥିବା ବେଳେ ୫ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇ ଯାଇଥିଲା । ଏନେଇ ଟିଟିଆଇଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଟ୍ରେନଟି ଝାନ୍ସି ଷ୍ଟେସନରେ ପହଞ୍ଚିଲା ବେଳକୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଗ୍ବାଲିୟରରେ ଚଳିତ ବର୍ଷ ତାପମାତ୍ରା ରେକର୍ଡ ଛୁଇଁଛି । ଏହା ପୂର୍ବରୁ ୧୯୬୬ ଜୁନ୍ ୮ରେ ୪୭.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିଲା। ସୋମବାର ମଧ୍ୟପ୍ରଦେଶର କେତେକ ସ୍ଥାନରେ ତାପମାତ୍ର ୪୫ରୁ ୫୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି । ସେଠାରେ ରାତିରେ ମଧ୍ୟ ୩୦ ଡିଗ୍ରୀ ଉପରେ ପାରଦ ରହୁଛି ।

Comments are closed.