ଏକତ୍ର କାମ କରିବେ ତିନି ଖାନ୍

ବଲିଉଡର ତିନି ଖାନ୍ ଭାବେ ଜଣାଯାଉଥିବା ଶାହରୁଖ୍, ଅମିର ଓ ସଲମାନ୍ ଏଯାଏଁ ଏକାଠି ଗୋଟିଏ ଚଳଚ୍ଚିତ୍ରରେ କାମ କରିନାହାନ୍ତି। ପ୍ରଥମଥର ପାଇଁ ସେମାନେ ଏକତ୍ର ପରଦା ଉପରକୁ ଆସୁଛନ୍ତି। ମିଳିଥିବା ଖବର ଅନୁସାରେ, ଅମିର ଖାନ୍ ପ୍ରଯୋଜିତ ‘ଲାଲ ସିଂ ଚଢ଼ା’ରେ ଏ ତିନିହେଁ କାମ କରିବାକୁ ଯାଉଛନ୍ତି। ଅମିର୍‌ଙ୍କ ମତରେ କିଙ୍ଗ୍‌ ଖାନ୍ ଶାହରୁଖଙ୍କ ପାଇଁ ସେ ଏକ ସ୍ବତନ୍ତ୍ର ଭୂମିକା ବହୁ ପୂର୍ବରୁ ଚିନ୍ତା କରିଥିଲେ। ଶାହରୁଖ୍ ଏଥିପାଇଁ ସମ୍ମତି ଦେଇସାରିଛନ୍ତି। ଆଉ ରହିଲା ସୁଲତାନ୍ ସଲମାନ୍‌‌ଙ୍କ କଥା। ତାଙ୍କ ପାଖରୁ ସମୟ ପାଇ ସେ ନିଜକୁ ଭାଗ୍ୟବାନ୍ ମଣୁଛନ୍ତି ବୋଲି ଅମୀର କହିଛନ୍ତି। ଅମିରଙ୍କ ସହ ଏଥିରେ କରୀନା କପୁର ଖାନ୍ ମଧ୍ୟ ଦେଖାଦେବେ। ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଦୀପାବଳିରେ ମୁକ୍ତିଲାଭ ହେବାର ଯୋଜନା ରହିଛି।

Comments are closed.