ସୋଆରେ ଅନୁଷ୍ଠିତ ହେବ ‘ଖାଦ୍ୟ ଓ ଜୀବିକା ନିରାପତ୍ତା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଆଗାମୀ ବୈଷୟିକ ଓ ଔଦ୍ୟୋଗିକ ଉନ୍ନତୀକରଣ‘ ସମ୍ବନ୍ଧୀୟ ତ୍ରି ଦିବସୀୟ ଜାତୀୟ ଇ- ସମ୍ମେଳନ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ଦ୍ୱାରା ଆସନ୍ତା ସେପ୍ଟେମ୍ବର ୧୪ ରୁ ୧୬ ପର୍ୟ୍ୟନ୍ତ ‘ଖାଦ୍ୟ ଓ ଜୀବିକା ନିରାପତ୍ତା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ରେ ଆଗାମୀ ବୈଷୟିକ ଓ ଔଦ୍ୟୋଗିକ ଉନ୍ନତୀକରଣ‘ ସମ୍ବନ୍ଧୀୟ ତ୍ରି ଦିବସୀୟ ଜାତୀୟ ଇ- ସମ୍ମେଳନ ଅନୁଷ୍ଠିତ ହେବ। ଏହାର ଉଦଘାଟନୀ ଉତ୍ସବ ରେ ଭାରତୀୟ କୃଷି ଓ ଅନୁସନ୍ଧାନ ପରିଷଦ ର ମାନ୍ୟବର ମହାନିର୍ଦ୍ଦେଶକ ତଥା ସଚିବ ଡଃ ତ୍ରିଲୋଚନ ମହାପାତ୍ର, ଧାରୱାଡ଼ କର୍ଣ୍ଣାଟକ କୃଷି ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ଡଃ ଏମ ବି ଚେଟି, ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ର ମାନ୍ୟବର କୁଳପତି ଡଃ ଅଶୋକ ମହାପାତ୍ର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ଙ୍କ ପ୍ରମୁଖ ଉପଦେଷ୍ଟା ତଥା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡଃ ଦେବୀ ପ୍ରସାଦ ରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତିନି ଦିନ ଧରି ଅନୁଷ୍ଠିତ ଏହି ଇ-ସମ୍ମେଳନ ର ବିଭିନ୍ନ ପର୍ୟ୍ୟାୟ ଆଲୋଚନା ରେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଷ୍ଠିତ କୃଷିବିତ, କୃଷି ବିଜ୍ଞାନ ଗବେଷକ, କୃଷିଅର୍ଥନୀତିଜ୍ଞ, ବିଭିନ୍ନ କେନ୍ଦ୍ରୀୟ କୃଷି ଗବେଷଣା ପ୍ରତିଷ୍ଠାନ ର ପ୍ରମୁଖ ବୈଜ୍ଞାନିକ, କାର୍ୟ୍ୟକାରୀ ନିର୍ଦ୍ଦେଶକ ଙ୍କ ସମେତ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ର କୃଷି ସମ୍ପ୍ରସାରଣ ଅଧ୍ୟକ୍ଷ ଡଃ ଲଳିତ ମୋହନ ଗଡନାୟକ, ଆପିକଲ ର ବର୍ତ୍ତମାନ ନିର୍ଦ୍ଦେଶକ ଡଃ ପ୍ରଭାତ କୁମାର ରାଉଳ, ଆପିକଲ ର ପୂର୍ବତନ ନିର୍ଦ୍ଦେଶକ ଡଃ ଅମୀୟ କୁମାର ବେହେରା, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧିନସ୍ଥ ଜାତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ, ଡେରାଡୁନ ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ପ୍ରଶାନ୍ତ କୁମାର ମିଶ୍ର, ଭାରତୀୟ ଯୋଜନା କମିଶନ ର ପୂର୍ବତନ କୃଷି ଉପଦେଷ୍ଟା ଡଃ ଭି ଭି ସଦାମତେ , ଡିସିବି ବ୍ୟାଙ୍କର ମୁଖ୍ୟ କୃଷି ପ୍ରବନ୍ଧକ ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ମିଶ୍ର, ଓୟୁଏଟି କୃଷି ମହାବିଦ୍ୟାଳୟ ଭୁବନେଶ୍ୱର ର ପୂର୍ବତନ ଅଧ୍ୟକ୍ଷ ଡଃ ଦିବାକର ନାୟକ, ବିଶିଷ୍ଟ ଛତୁ ଗବେଷକ ଡଃ କୈଳାସ ବିହାରୀ ମହାପାତ୍ର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଏମ କୁମାର ସ୍ୱାମୀ ଓ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ଗବେଷଣା ଲବ୍ଧ ବିବୃତ୍ତି ପ୍ରଦାନ କରିବେ।

୧୬ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ସମାବେଶ ରେ ବାଙ୍ଗାଲୋର କୃଷି ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ଡଃ ଏସ ରାଜେନ୍ଦ୍ର ପ୍ରସାଦ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ର ନିର୍ଦ୍ଦେଶକ ଡଃ ଏମ ମୁଥୁକୁମାର (ଭାପ୍ରସେ) ଯୋଗ ଦେବେ ବୋଲି ଏହି ଜାତୀୟ ଇ ସମ୍ମେଳନ ର ସଂଯୋଜକ ତଥା କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିଜୟ କୁମାର ସାହୁ ଓ ପରିଚାଳନା ସମ୍ପାଦକ ଡଃ ସରୋଜ କୁମାର ମହାନ୍ତି ଜଣାଇଛନ୍ତି।

Comments are closed.