ଆଜିଠାରୁ ଜି-୭ ଶିଖର ସମ୍ମିଳନୀ : ସାରା ବିଶ୍ୱକୁ ମିଳିବ ୧୦୦ କୋଟି ଟିକା

ଲଣ୍ଡନ :  ଜି-୭ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି। ଜି-୭ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ଶିଖର ବୈଠକ ଲାଗି ବ୍ରିଟେନରେ ଏକାଠି ହୋଇଛନ୍ତି। କରୋନା ଭୂତାଣୁର ଉତ୍ପତ୍ତି ନେଇ ଏକ ପାରଦର୍ଶୀ ତଦନ୍ତ କରିବା ପାଇଁ ଏହି ନେତାମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଦାବି କରିବା ଆଶା କରାଯାଉଛି।

ଜି-୭ ରାଷ୍ଟ୍ର ସମୂହର ଚିଠା ପ୍ରସ୍ତାବ ଅନୁସାରେ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ୧୦୦ କୋଟି ଟିକା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‍ ଓ ଆମେରିକା ଆଦି ୭ଟି ସମୃଦ୍ଧ ଦେଶର ରାଷ୍ଟ୍ରମୁଖ୍ୟମାନେ ତିନିଦିନିଆ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଏକାଠି ହୋଇଛନ୍ତି।

Image Source : bangkokpost.com

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଗତକାଲିଠାରୁ ବ୍ରିଟେନ୍‍ରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ।

Comments are closed.