ଶାହ, ଯୋଗୀଙ୍କ ଜୀବନ ପ୍ରତି ବିପଦ ! ସିଆରପିଏଫକୁ ମିଳିଲା ଧମକପୂର୍ଣ୍ଣ ମେଲ୍‌

ମୁମ୍ବଇ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି। ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ସିଆରପିଏଫକୁ ମିଳିଛି। ଏହି ମେଲ୍‌ ପାଇବା ପରେ ସିଆରପିଏଫ ସମେତ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ସତର୍କ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ମୁମ୍ବଇସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ମୁଖ୍ୟାଳୟକୁ ମଙ୍ଗଳବାର ସକାଳେ ଏକ ମେଲ୍‌ ଆସିଛି। ସେଥିରେ ଲେଖାଯାଇଛି ଯେ, ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦିଆଯିବ। କୌଣସି ଧାର୍ମିକ ସ୍ଥଳରେ ଉଭୟଙ୍କୁ ହତ୍ୟା କରାଯିବ ବୋଲି ମେଲ୍‌ରେ ଚେତାବନୀ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ଉଭୟ ନେତାଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି।

Comments are closed.