ବ୍ରିଟେନରେ ୩ୟ ତରଙ୍ଗ ବିପଦ ଘନେଇଲା, ଦ୍ରୁତଗତିରେ ବଢ଼ୁଛି ବି.୧.୬୧୭.୨ ଭାରିଆଣ୍ଟ ସଂକ୍ରମଣ

ଲଣ୍ଡନ: ବ୍ରିଟେନରେ କରୋନା ମହାମାରୀର ୩ୟ ତରଙ୍ଗ ବିପଦ ଘନେଇଲାଣି। ଏଠାରେ ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ବୃଦ୍ଧି ବି.୧.୬୧୭.୨ ଭାରିଆଣ୍ଟ ଯୋଗୁ ହେଉଛି। ଏହି ନୂଆ ଭାରିଆଣ୍ଟ ବ୍ରିଟେନରେ ୩ୟ ତରଙ୍ଗର ବିପଦ ଆଣିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଉଛି ବ୍ରିଟେନରେ ଟିକାକରଣ ହାର ଅଧିକ ଥିବା ସତ୍ବେ ଏହି ଭାରିଆଣ୍ଟ ଭୂତାଣୁ ବ୍ୟାପିବାରେ ଲାଗିଛି।

ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ପାନ ଦିଆଯାଇ ସାରିଛି। ଯାହା ସେଠାକାର ଯୁବ ଜନସଂଖ୍ୟାର ୭୦% ଏବଂ ମୋଟ ଜନସଂଖ୍ୟାର ୫୮%। ସେହିପରି ୨ କୋଟି ୪୦ ଲକ୍ଷଙ୍କୁ ୨ୟ ପାନ ଟିକା ଦିଆଯାଇ ସାରିଛି। ଏହା ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକାକରଣ ଭୂତାଣୁକୁ ରୋକିବାରେ ବିଫଳ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବ୍ରିଟେନରେ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀ ଭର୍ତ୍ତି ହେବାର ସଂଖ୍ୟାରେ ବୃଦ୍ଧି ଘଟିଛି। ସମଗ୍ର ଦେଶରେ ଗତ ଏକ ସପ୍ତାହରେ ଡାକ୍ତରଖାନାରେ କରୋନା ରୋଗୀ ଭର୍ତ୍ତି ହେବା ସଂଖ୍ୟାରେ ୨୦% ପ୍ରତିଶତ ବଢ଼ିଛି। ଉତ୍ତର-ପଶ୍ଚିମ ଭାରେ ଏହି ସଂଖ୍ୟା ୨୫% ରହିଛି। ସ୍କଟ୍‌ଲାଣ୍ଡର ଅନେକ ଅଞ୍ଚଳରେ ଏହି ସଂଖ୍ୟା ଆହୁରି ଅଧିକ।

Comments are closed.