ଶ୍ରୀଲଙ୍କା ସେନାରେ ଯୋଗ ଦେଲେ ତିସାରା ପରେରା

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଅଲରାଉଣ୍ଡର ତିସାରା ପରେରା ଦେଶର ସେନାବାହିନୀରେ ଜଣେ ମେଜର୍‌ ଭାବେ ଯୋଗ ଦେଇଛନ୍ତି। ଏ ସଂପର୍କରେ ପରେରା ଟ୍ବିଟର୍‌ରେ ସୂଚନା ଦେବା ସହ ସେନାର କମାଣ୍ଡର ଲ୍ୟୁଟେନାଣ୍ଟ ଜେନେରାଲ୍‌ ଶାବେନ୍ଦ୍ର ସିଲ୍‌ଭାଙ୍କ ଠାରୁ ଡାକରା ପାଇଁ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଶାବେନ୍ଦ୍ରଙ୍କ ଠାରୁ ସେନାରେ ଯୋଗ ଦେବାକୁ ଡାକରା ପାଇବା ତାଙ୍କ ଜୀବନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି ପରେରା ମତ ଦେଇଛନ୍ତି। ପରେରା ଶ୍ରୀଲଙ୍କା ସେନାର ଗାଜାବା ରେଜିମେଣ୍ଟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ପୂର୍ବରୁ ଅନ୍ୟତମ କ୍ରିକେଟର୍‌ ଦିନେଶ ଚାନ୍ଦିମାଲ୍‌ ସେନାରେ ଯୋଗ ଦେବା ସହ ସେନାର କ୍ରିକେଟ୍‌ ଦଳ ପାଇଁ ମ୍ୟାଚ୍ ଖେଳିଥିଲେ।

 

ତିସାରା ପରେରା ଶ୍ରୀଲଙ୍କା ଦଳ ତରଫରୁ ୬ଟି ଟେଷ୍ଟ, ୧୬୧ଟି ଦିନିକିଆ ଓ ୭୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୦୩, ୨୨୦୧ ଓ ୧୧୬୯ ରନ୍‌ ସଂଗ୍ରହ କରିବା ସହ ୧୧, ୧୭୧ ଓ ୫୧ଟି ୱିକେଟ୍‌ ହାସଲ କରିଛନ୍ତି।

Comments are closed.