ଏହି ସପ୍ତାହର ରାଶିଫଳ ଜାଣନ୍ତୁ କେଉଁ ରାଶିର ଭଲ କାହାର ମଧ୍ୟମଫଳ ଏହା ସହ ଉପଚାର

ମେଷ- ରବିବାର ମଧ୍ୟମଫଳ ପାଇବେ। ସୋମବାରଠାରୁ ବୁଧବାର କର୍ମାନୁରାଗୀ ହେବେ। ଗୁରୁବାର ଓ ଶୁକ୍ରବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ଶନିବାର ମାନସିକ ଅବସାଦର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବଜରଙ୍ଗବାଣ ପାଠ କରନ୍ତୁ।

ବୃଷ- ରବିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସୋମବାର ଓ ମଙ୍ଗଳବାର ପରୋପକାରୀ ହେବେ। ବୁଧବାରଠାରୁ ଶନିବାର ପର‌୍ୟ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ।

ମିଥୁନ-ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ସମୟ ସଫଳତା ପ୍ରଦାନ କରିବ। ବୁଧବାର ଓ ଗୁରୁବାର ଅସୁସ୍ଥତା ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ଗହଣରେ ସମୟ ବିତାଇବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କର୍କଟ- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ହାତେମାପି ଚାଖଣ୍ଡେ ଚାଲିବା ଭଲ। ବୁଧବାର ଓ ଗୁରୁବାର ମଧ୍ୟମଫଳ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।

ସିଂହ- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବୁଧବାର ଓ ଗୁରୁବାର ଯଶ, ମାନ ଓ ଗୌରବ ବୃଦ୍ଧିହେବ। ଶୁକ୍ରବାର ଓ ଶନିବାର ଯାନବାହନଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୂର‌୍ୟ୍ୟାଷ୍ଟକ ପାଠ କରନ୍ତୁ।

କନ୍ୟା- ରବିବାର ଭାବିଚିନ୍ତି କାର‌୍ୟ୍ୟ କରିବେ। ସୋମବାରଠାରୁ ବୁଧବାର ପର‌୍ୟ୍ୟନ୍ତ ଦେବ ଦର୍ଶନରେ ଆନନ୍ଦିତ ହେବେ। ଗୁରୁବାରଠାରୁ ଶନିବାର ପର‌୍ୟ୍ୟନ୍ତ ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।

ତୁଳା- ରବିବାର ସଫଳତା ପ୍ରାପ୍ତ ହେବ। ସୋମବାରଠାରୁ ବୁଧବାର ପର‌୍ୟ୍ୟନ୍ତ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହେବେ। ଗୁରୁବାରଠାରୁ ଶନିବାର ପର‌୍ୟ୍ୟନ୍ତ କର୍ମଯୋଗୀ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ସହସ୍ରନାମ ପାଠ କରନ୍ତୁ।

ବିଚ୍ଛା- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ଶତ୍ରୁଦ୍ବାରା ପରାଜିତ ହୋଇପାରନ୍ତି। ବୁଧବାର ଓ ଗୁରୁବାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର କାର‌୍ୟ୍ୟବ୍ୟସ୍ତତା ବୃଦ୍ଧିହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।

ଧନୁ – ରବିବାର ଶ୍ରୀଯୁକ୍ତ ହେବେ। ସୋମବାରଠାରୁ ବୁଧବାର ପର‌୍ୟ୍ୟନ୍ତ କାର‌୍ୟ୍ୟରେ ସଫଳତା ପାଇବେ। ଗୁରୁବାରଠାରୁ ଶନିବାର ପର‌୍ୟ୍ୟନ୍ତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀତାରା କବଚ ପାଠ କରନ୍ତୁ।

ମକର- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ସଫଳତା ପାଇବେ। ବୁଧବାର ଓ ଗୁରୁବାର ସାମାନ୍ୟ କଥାକୁ ନେଇ ଚିଡ଼ିଚିଡ଼ା ଭାବ ପ୍ରକଟିତ ହେବ। ଶୁକ୍ରବାର ଓ ଶନିବାର ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀମାନେ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶିବସ୍ତୋତ୍ର ପାଠ କରନ୍ତୁ।

କୁମ୍ଭ – ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ ସାବଧାନତା ଲୋଡ଼ା। ବୁଧବାର ଓ ଗୁରୁବାର ଆୟ ମଧ୍ୟମ ରହିବ। ଶୁକ୍ରବାର ଓ ଶନିବାର ବିବାଦଠାରୁ ଦୂରେଇ ରହିବା ଭଲ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକାଳୀ ସହସ୍ରନାମ ପାଠ କରନ୍ତୁ।

ମୀନ- ରବିବାରଠାରୁ ମଙ୍ଗଳବାର ପର‌୍ୟ୍ୟନ୍ତ କାର‌୍ୟ୍ୟରେ ବଦଳି ଯୋଗ ସୃଷ୍ଟି ହେବ। ବୁଧବାର ଓ ଗୁରୁବାର ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ। ଦ୍ଭଦ୍ଭ

Comments are closed.