ଘରେ ରଖିପାରିବେନି ୬ ଲିଟରରୁ ଅଧିକ ମଦ, ଏହି ରାଜ୍ୟ ଲାଗୁ କଲା ନିୟମ

ଏଣିକି କୌଣସି ବ୍ୟକ୍ତି ନିଜ ଘରେ ୬ ଲିଟରରୁ ଅଧିକ ମଦ ରଖିପାରିବେ ନାହିଁ। ଏଥିପାଇଁ ଦରକାର ପଡ଼ିବ ଲାଇସେନ୍ସ। ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ଏପରି ନିୟମ ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ନୂଆ ଅବକାରୀ ନୀତିରେ ଏହି ନିର୍ଦେଶାବଳୀ ଜାରି କରାଯାଇଛି।

ତେବେ ଘରେ ମଦ ରଖିବା ଲାଗି ଜିଲାପାଳଙ୍କଠାରୁ ହୋମ୍‌ ଲାଇସେନ୍ସ ଆଣିବାକୁ ପଡ଼ିବ। ଏହାର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିବ। ସରକାର ନୂଆ ନିୟମ ଲାଗୁ କରିବା ପରେ ଏଣିକି ଘରେ ବୋତଲ ବୋତଲ ମଦ ରଖୁଥିବା ବ୍ୟକ୍ତିଙ୍କୁ ହୋମ୍‌ ଲାଇସେନ୍ସ ଜରୁରୀ ହୋଇପଡ଼ିବ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସରକାର ୨୦୨୧-୨୨ରେ ଅବକାରୀ ବିଭାଗରୁ ୩୪ ହଜାର ୫୦୦ କୋଟି ଟଙ୍କାର ରାଜସ୍ବ ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ରାଜ୍ୟରେ ମଦ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଇଛି।

ନୂଆ ନୀତି ଅନୁସାରେ, ୨୦୨୧-୨୨ରେ ଅବକାରୀ ବିଭାଗର ସମସ୍ତ କାର୍ଯ୍ୟ ପ୍ରକ୍ରିୟାକୁ କମ୍ପୁଟରୀକୃତ କରି ସମନ୍ବିତ ଯୋଗାଣ ଶୃଙ୍ଖଳ ପରିଚାଳନା ବ୍ୟବସ୍ଥା (ଆଇଇଏସସିଏମଏସ) ଲାଗୁ କରାଯିବ। ଖୁଚୁରା ଦୋକାନରେ ପିଓଏସ ମେଶିନରେ ମଦ ବିକ୍ରି କରିବାର ବ୍ୟବସ୍ଥା ବି ଲାଗୁ ହେବ।

Comments are closed.