ପ୍ରତିଭାବାନ୍ ବାଳକ ନିଆଲ, ୮ ବର୍ଷରେ ଲେଖି- ପଢି ପାରୁଛି ୧୦୬ ଭାଷା

ଚେନ୍ନଇ : ବୟସ ମାତ୍ର ୮ ବର୍ଷ, ହେଲେ ଲେଖି-ପଢି ପାରୁଛି ୧୦୬ଟି ଭାଷା। ଏହି ପ୍ରତିଭାବାନ୍ ବାଳକର ନାମ ନିଆଲ ଥୋଗୁଲୁଭା। ଏହି ପ୍ରତିଭା ପାଇଁ ନିଆଲ କେବଳ ଚେନ୍ନଇ ନୁହେଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। କେବଳ ଏତିକି ନୁହେଁ ସେ ବହୁତଭଲ ଭାବେ ୧୦ଟି ଭାଷା କହିପାରେ। ଏଥିପାଇଁ ନିଆଲ ଅନ୍ତର୍ଜାତୀୟ ଧ୍ୱନିସୂଚକ ବର୍ଣ୍ଣମାଳା (ଇଣ୍ଟରନେସନାଲ ଫୋନେଟିକ ଆଲ୍ାବେଟ -ଆଇପିଏ) ଭାଷା ଶିଖୁଛି। ଆଇପିଏ ଶିଖିବା ପରେ ସେ ସବୁ ଭାଷାକୁ ସଠିକ ଭାବେ ଉଚ୍ଚାରଣ କରିପାରିବ।
ନିଆଲଙ୍କ କହିବା ଅନୁସାରେ ଭାଷା ପ୍ରତି କେମିତି ରୁଚି ବଢିଲା ସେ ଜାଣିନାହାନ୍ତି। ଏବେ ସେ ୧୦୬ଟି ଭାଷା କହିପାରୁଛି ଓ ୫ଟି ନୂଆ ଭାଷା ଶିଖିବାକୁ ପ୍ରୟାସ କରୁଛି। ଭାଷାର ସଠିକ୍ ଉଚ୍ଚାରଣ ଉପରେ ଧ୍ୟାନ ଦେଉଛି।