‘ଖେଲୋ ଇଣ୍ଡିଆ-୩’ରେ ଭାଗ ନେବେ ୩୭ଟି ଦଳ ଏବଂ ୬ ହଜାର ୫୦୦ ଆଥଲେଟ୍‍

ନୂଆଦିଲ୍ଲୀ: ଜାନୁଆରୀ ୧୦ ତାରିଖରୁ ଗୌହାଟୀରେ ଆରମ୍ଭ ହେଉଥିବା ଖେଲୋ ଇଣ୍ଡିଆ-୩ ଯୁବକ୍ରୀଡ଼ା ପ୍ରତିଯୋଗୀତାରେ ୩୭ଟି ଦଳ ଏବଂ ୬ହଜାର ୫୦୦ ଆଥଲେଟ୍‍ ଅଂଶଗ୍ରହଣ କରୁଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିନାଶ ଯୋଶୀ କହିଛନ୍ତି, ଏହି ପ୍ରତିଯୋଗୀତାରେ ପ୍ରଥମଥର ପାଇଁ ଲନ୍‍ ବଲ୍‍ ଓ ସାଇକେଲିଂକୁ ସାମିଲ କରାଯାଇଛି। ସେ କହିଛନ୍ତି ଯେ ଗୌହାଟୀ ଓ ଏହାର ଆଖପାଖ ଅଞ୍ଚଳରେ ମୋଟ୍‍ ୧୧ଟି ସ୍ଥାନରେ ୨୦ଟି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଆୟୋଜକ ଆସାମର ୬୫୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି।

ସେ କହିଛନ୍ତି, ଆସାମ ସରକାର ନିଜ ରାଜ୍ୟର ସ୍ୱର୍ଣ୍ଣପଦକ ବିଜେତାଙ୍କୁ ଏକ ଲକ୍ଷ, ରୌପ୍ୟ ପଦକ ପାଇଁ ୭୫ହଜାର ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ଜାନୁଆରୀ ୧୦ ତାରିଖରେ ବୃହତ୍‍ ଉଦ୍‍ଘାଟନ ସମାରୋହ ସାରୁସାଯାଇଠାରେ ଆୟୋଜନ କରାଯିବାର ଯୋଜନା କରାଯାଇଛି। ତେବେ ଉଦ୍‍ଘାଟନ ସମାରୋହ ଏବଂ ସମସ୍ତ ପ୍ରତିଯୋଗୀତାକୁ ଦେୟମୁକ୍ତ କରାଯାଇଛି।

Comments are closed.