କେରଳରେ ଚିହ୍ନଟ ହେଲେ ୩ୟ କରୋନା ଭୂତାଣୁ ସଂକ୍ରମିତ

ଥିରୁଅନନ୍ତପୁରମ୍ :  କେରଳରେ ଆଉ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଫଳରେ ରାଜ୍ୟରେ ମୋଟ୍‍ ୩ ଜଣ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ତୃତୀୟ ବ୍ୟକ୍ତିଜଣଙ୍କୁ ଏକ ହସ୍ପିଟାଲରେ ପୃଥକ୍‍ ଭାବେ ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସେହି ବ୍ୟକ୍ତିଜଣକ ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖାଯାଇଛିି ଓ ତାଙ୍କର ଅବସ୍ଥା ସ୍ଥିର ରହିଛି । ପୂର୍ବରୁ ସେ ଚୀନ୍‍ ଯାଇ ଫେରିଥିଲେ। ପୂର୍ବରୁ ରାଜ୍ୟରେ ୨ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.