ଚୋରକୁ ନିସ୍ତୁକ ମାଡ଼

ମଧୁପୁରା: ଚୋରି କରୁଥିବା ବେଳେ ଦୁଇଜଣ ଚୋରଙ୍କୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ମାର୍କେଟରେ।

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ମାର୍କେଟରେ ଜନୈକ ଗହଣା ଦୋକାନୀଙ୍କ ବାଇକ୍ ଡିକିରୁ ଗହଣା ଚୋରି କରୁଥିବା ବେଳେ ଦୁଇଜଣ ଯୁବକଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏହାସହିତ ବାଲିଆପାଳ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇଜଣ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି । ତେବେ ଦିନକୁ ଦିନ ବାଲିଆପାଳ ସିମୁଳିଆ ମାର୍କେଟରେ ଚୋରି ବଡୁଥିବା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୁଷ୍ଟ ଜାହିର କରିଛନ୍ତି।

 

Comments are closed.