ମନ୍ତ୍ର ଜପ କରିବା ସମୟରେ ଏହି ନିୟମ କରନ୍ତୁ ନିଶ୍ଚୟ ପାଳନ

ପୂଜା କରିବା ସମୟରେ ସାଧାରଣତଃ ଲୋକେ ମନ୍ତ୍ର ଜପ କରିବା ଦେଖିବାକୁ ମିଳେ। ମନ୍ତ୍ର ଜପ କରିବା ଦ୍ବାରା ଏହାର ସକରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ ସତ କିନ୍ତୁ ଭୁଲ ମନ୍ତ୍ର ଜପ କରିବା ଦ୍ବାରା ଏହାର କୁପ୍ରଭାବ ମଧ୍ୟ ପଡିଥାଏ। ମନ୍ତ୍ର ଜପ କରିବାର କିଛି ବିଶେଷ ନିୟମ ରହିଛି। ଯଦି ଆପଣ ଏହି ନିୟମ ପାଳନ କରୁଛନ୍ତି ତେବେ ଘରେ ସୁଖ-ଶାନ୍ତି ବଜାୟ ରହିବା ସହ ସ୍ବାସ୍ଥ୍ୟ ମଧ୍ୟ ଉତ୍ତମ ରହିବ।
୧. ୱାଚିକ ଜପ
୨. ଉପାଂଶୁ ଜପ
୩. ମାନସିକ ଜପ
ୱାଚିକ ଜପ: ବାଣୀ ଦ୍ବାରା ସସ୍ବର ମନ୍ତ୍ର (Recitation) ଉଚ୍ଚାରଣ କରିବାକୁ ୱାଚିକ ଜପ କୁହାଯାଏ।
ଉପାଂଶୁ ଜପ: ନିଜର ଇଷ୍ଟ ଭଗବାନଙ୍କ ଧ୍ୟାନ କରି, ଜିଭ ଏବଂ ଓଠକୁ କମ୍ପିତ କରି ମନ୍ତ୍ର ଉଚ୍ଚାରଣ କରିବାକୁ ଉପାଂଶୁ ଜପ କୁହାଯାଏ। ଯାହା କେବଳ ନିଜକୁ ହିଁ ଶୁଣାଯାଏ।
ମାନସିକ ଜପ: ମୁଖାସନ ବା ପଦ୍ମାସନରେ ବସି ଧ୍ୟାନ ମୁଦ୍ରାରେ ଅନ୍ତର୍ମନ କରାଯାଏ, ତାହାକୁ ମାନସିକ ଜପ କୁହାଯାଏ।
ଜପ ପୂର୍ବରୁ ପାଳନ କରନ୍ତୁ ଏହି ନିୟମ
୧. ଶରୀର ଶୁଦ୍ଧ ଦେବା ଆବଶ୍ୟକ। ସ୍ନାନ ସାରି ଆସନ ଗ୍ରହଣ କରିବା ଉଚିତ୍। ସର୍ବଦା ସାଧନା କରିବା ପାଇଁ ହାଲ୍‌କା ରଙ୍ଗର କପଡା ପରିଧାନ କରିବା ଉଚିତ୍।
୨. ସାଧନା ସମୟରେ କୁଶ ଆସନ ବ୍ୟବହାର କରିବା ଉଚିତ୍। କାରଣ କୁଶ ଆସନ ଉଷ୍ମ ସୃଷ୍ଟି କରିଥାଏ ବା ଉଷ୍ମର ପରିବାହକ ହୋଇଥାଏ। ଯାହା ଦ୍ବାରା ମନ୍ତ୍ର ଉଚ୍ଚାରଣରୁ ଉତ୍ପନ ହେଉଥିବା ଶକ୍ତି ଆମ ଶରୀରରେ ସମାହିତ ହୋଇଥାଏ।
୩. ଧ୍ୟାନ କରିବା ସମୟରେ ସର୍ବଦା ମେରୁଦଣ୍ଡ ସିଧା କରି ବସନ୍ତୁ।
୪. ସାଧାରଣ ଜପରେ ତୁଳସୀ ମାଳା ବ୍ୟବହାର କରନ୍ତୁ। କାର୍ଯ୍ୟ ସିଦ୍ଧ ପାଇଁ ଜପ କରିବା ସମୟରେ ଚନ୍ଦନ ବା ରୁଦ୍ରାକ୍ଷ ମାଳା ପ୍ରୟୋଗ କରିବା ଉଚିତ୍। ଶିବ ସାଧନା ରୁଦ୍ରାକ୍ଷ ମାଳା ଦ୍ବାରା କରାଯାଏ।
୫. ବ୍ରହ୍ମ ମୁହୂର୍ତ୍ତରେ ଉଠି ସାଧନା କରିବା ଉଚିତ୍। କାରଣ ପ୍ରାତଃ କାଳରେ ବାୟୁ ଓ ପରିବେଶ ସୁଦ୍ଧ ରହିଥାଏ। ସାଧନା ନିୟମିତ ଓ ନିଶ୍ଚିତ ସମୟରେ କରିବା ଉଚିତ୍।
୬. ଯେଉଁ ଦେବତାଙ୍କ ମନ୍ତ୍ର ଜପ କରୁଛନ୍ତି, ସେହି ଦେବତାଙ୍କ ଛବିକୁ ଧ୍ୟାନରେ ରଖନ୍ତୁ।
୭. ମନ୍ତ୍ର ଶକ୍ତିର ଅନୁଭବ ପାଇଁ ଅତି କମ୍‌ରେ ଗୋଟିଏ ମାଳାରେ ନିତ୍ୟ ମନ୍ତ୍ର ଜପ କରନ୍ତୁ।
୮. ପ୍ରାତଃକାଳରେ ପୂର୍ବ ଦିଗକୁ ମୁହଁ କରି ମନ୍ତ୍ର ଜପ କରନ୍ତୁ। ସନ୍ଧ୍ୟା ସମୟରେ ପଶ୍ଚିମ ଦିଗକୁ ମୁହଁ କରି ମନ୍ତ୍ର ଜପ କରିବା ଉଚିତ୍ ବୋଲି ବିଶ୍ବାସ କରାଯାଏ।

Comments are closed.