ଏମାନଙ୍କୁ କାଜୁ ଖାଇବା ମନା !

0

ସାଧାରଣତଃ ଅନେକ ଖାଦ୍ୟ ପ୍ରସ୍ତୁତି ସମୟରେ କାଜୁ ବ୍ୟବହାର କରାଯାଇଥାଏ। ଏହାକୁ ଖାଲି ମଧ୍ୟ ଖାଇଥାଆନ୍ତି। କାଜୁ ଏକ ସ୍ବାସ୍ଥ୍ୟଉପଯୋଗୀ ଡ଼୍ରାଏଫୁଡ଼ ଭାବେ ଜଣାଯାଏ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ୍, ଫାଇବର, ମ୍ୟାଗ୍ନେସିୟମ୍, ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ମାତ୍ର କିଛି ବ୍ୟକ୍ତିଙ୍କ ପାଇଁ କାଜୁ ଖାଇବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାକୁ ଖାଇବା ଦ୍ବାରା ସେମାନଙ୍କ ଠାରେ ଅନେକ ସମସ୍ୟା ଦେଖାଦେିଥାଏ। ଚାଲନ୍ତୁ ଜାଣିବା କେଉଁମାନଙ୍କ କାଜୁ ଖାଇବା ମନା –

-ମାଇଗ୍ରେନ ବା ମୁଣ୍ଡବିନ୍ଧା ସମସ୍ୟା ଥିବା ବ୍ୟକ୍ତି ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହେଁ। ଏଥିରେ ରହିଥିବା ଏମିନୋ ଏସିଡ଼ ମୁଣ୍ଡ ବିନ୍ଧା ବଢ଼ାଇଥାଏ।
-ଯେଉଁ ବ୍ୟକ୍ତିଙ୍କର କୌଣସି ପ୍ରକାରର ଷ୍ଟୋନ ହୋଇଛି, ତେବେ ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏହା ଦ୍ବାରା ରୋଗ ବଢ଼ିବାର ଆଶଙ୍କା ରହିଥାଏ।
-ମୋଟାପଣର ଶିକାର ହୋଇଥିବା ବ୍ୟକ୍ତି କାଜୁ ଖାଇବା ଉଚିତ୍ ନୁହେଁ। କାରଣ ୩୦ଗ୍ରାମ କାଜୁରେ ୧୬୩ କ୍ୟାଲୋରୀ ଏବଂ ୧୩.୧ ଫ୍ୟାଟ୍ ରହିଥାଏ। ତେଣୁ ଏହାର ଅଧିକ ସେବନ ଓଜନ ବଢ଼ାଇପାରେ।
-ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି କାଜୁ ଖାଇବା ଉଚିତ୍ ନୁହଁ। କାରଣ ଏଥିରେ ଥିବା ସୋଡ଼ିୟମ୍ ରକ୍ତଚାପକୁ ବଢ଼ାଇଥାଏ।

Leave A Reply