ଅଜାଣତରେ କରୁଥିବା ଏହିସବୁ ଭୁଲ୍‌ ପାଇଁ ନଷ୍ଟ ହୁଏ ତ୍ବଚା

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ପାଇଁ ସମସ୍ତେ ଚାହାନ୍ତି। ଖାସ୍ କରି ମହିଳାମାନେ ଏନେଇ ଅଧିକ ସଚେତନ। ଏଥିପାଇଁ ସେମାନେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ସୁନ୍ଦର ହେବା ଚକ୍କର୍‌ରେ ଅଜାଣତରେ ମହିଳାମାନେ ଏପରି କିଛି ଭୁଲ୍‌ କରି ଥାଆନ୍ତି, ଯାହା ଫଳରେ ତ୍ବଚାରେ ଅନେକ ସମସ୍ୟା ଦେଖା ଦେବା ସହ ତ୍ବଚା ଖରାପ ହେବାକୁ ଲାଗିଥାଏ। ତେଣୁ ସେହି ସବୁ ଭୁଲ୍ କରନ୍ତୁ ନାହିଁ। ଆସନ୍ତୁ ଜାଣିବା ଅଜାଣତରେ କରୁଥିବା ସେହି ସବୁ ଭୁଲ୍ ବିଷୟରେ, ଯାହାକି ଆପଣଙ୍କ ଅସୁନ୍ଦରତାର କାରଣ ହୋଇଥାଏ –

-ଅନେକ ଯୁବତୀ ଏବଂ ମହିଳା ଚେହେରାରୁ ବ୍ରଣ ହଟାଇବା ପାଇଁ ତତ୍ପର ହୋଇଯାଆନ୍ତି। କେତେ କେବେ ସେମାନେ ନିଜ ହାତରେ ମଧ୍ୟ ବ୍ରଣ ଫଟାଇ ଦିଅନ୍ତି। ଏହାଦ୍ୱାରା ବ୍ରଣ ଭଲ ହେବା ପରିବର୍ତ୍ତେ କଳା ଦାଗ ସବୁ ହୋଇଯାଏ। ଏହାସହିତ ସେହି ସ୍ଥାନରେ ଛିଦ୍ର ହୋଇଯାଏ।

-କିଛି ମହିଳା ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ମେକ୍ଅପ୍ ବ୍ରଶ୍ ବ୍ୟବହାର କରନ୍ତି। କିନ୍ତୁ ମନେ ରଖନ୍ତୁ, ମଝିରେ ମଝିରେ ଏହାକୁ ସଫା କରିବା ବହୁତ ଜରୁରୀ। କାରଣ, ବ୍ରଶରେ ବହୁତ ବ୍ୟାକ୍ଟେରିଆ ଜମା ହୋଇଥାଆନ୍ତି, ଯଦ୍ବାରା ସଂକ୍ରମଣର ଆଶଙ୍କା ଥାଏ।

-କିଛି ମହିଳା ଘରୁ ବାହାରକୁ ଗଲେ ଚେହେରାରେ ସନ୍‌ସ୍କ୍ରିନ୍‌ ଲଗାଇବାକୁ ଭୁଲିଯାଆନ୍ତି। ଏମିତି କଲେ, ଆପଣଙ୍କ ମୁହଁ ସୂର୍ଯ୍ୟଙ୍କ  ଅତିବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସି କଳା ପଡ଼ିଯିବ। ଆଉ ଆପଣ ଅସୁନ୍ଦର ଦେଖାଯିବେ।

-ସାରା ଦିନ ଚେହେରାରେ ମେକ୍ଅପ୍ ରଖିବା ଦ୍ୱାରା ତ୍ବଚା ସଂକ୍ରମଣର ସମ୍ଭାବନା ଅଧିକ ଥାଏ। ଏହା ତ୍ୱଚାର ପ୍ରାକୃତିକ ସୁନ୍ଦରତାକୁ ନଷ୍ଟ କରିଦିଏ। ତେଣୁ ୫-୬ ଘଣ୍ଟା ପରେ ଚେହେରାରୁ ମେକ୍ଅପ ହଟାଇ ଦିଅନ୍ତୁ।

Comments are closed.