ବିମାନ ଦୁର୍ଘଟଣାରେ ବି ବର୍ତ୍ତିଯାଇଥିଲେ ଏହି ସବୁ ବିଶିଷ୍ଟ ବ୍ୟକ୍ତି

ହେଲିକପ୍ଟର ଦୁର୍ଘଟଣାରେ ପ୍ରଥମ ସିଡିଏସ୍‌ ବିପିନ ରାଓ୍ୱତଙ୍କର ମୃତ୍ୟୁ ହୋଇଛି । ତାଙ୍କରି ନିଧନରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଦେଶ ଜଣେ ନିର୍ଭିକ ବୀର ପୁତ୍ରକୁ ହରାଇଛି । ବିପିନ ରାଓ୍ୱତ ଥିଲେ ଜଣେ ଅଦ୍ୱିତୀୟ ଯୋଦ୍ଧା । ତାଙ୍କ ପରିବାର ପୀଢି ପରେ ପୀଢି ସେନାରେ ଯୋଗ ଦେଇ ଦେଶର ସେବା କରୁଥିଲେ । ହେଲେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ।

ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ବିମାନ ଏବଂ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲେ ଏପରି କିଛି ନେତା ଅଛନ୍ତି ଯେଉଁମାନେ ଅଳ୍ପକେ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।

ମୋରାଜୀ ଦେଶାଇ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କର ବିଶେଷ ବିମାନ ୧୯୭୭ ମସିହା ନଭେମ୍ବର ମାସରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ସମୟରେ ତାଙ୍କ ସହ ଅରୁଣାଚଳପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଥୁଙ୍ଗନ ଭି ବି ରହିଥିଲେ। ସେବି ଏହି ଦୁର୍ଘଟଣାରେ ବଞ୍ଚିଯାଇଥିଲେ ।

ଅମରିନ୍ଦର ସିଂ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବି ୨୦୦୬ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ବଞ୍ଚିଯାଇଥିଲେ । ଅମରିନ୍ଦର ସିଂ ଏବଂ ତତ୍‌କାଳୀନ ମନ୍ତ୍ରୀ ପ୍ରତାପ ସିଂ ବାଜବା ଯାଉଥିବା ବେଳେ ତାଙ୍କର ହେଲିକପ୍ଟର ଇଲେକ୍ଟ୍ରି ତାର ସହ ଧକ୍କା ଖାଇଥିଲା । ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାତ୍ର ସେମାନେ ଏଥିରୁ ବର୍ତ୍ତି ଯାଇଥିଲେ ।

ଅହମ୍ମଦ ପଟେଲ

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ମଧ୍ୟ ଏକ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଗୁଜୁରାଟର ଖାନବାଲ ଅଞ୍ଚଳରେ ଅବତରଣ ବେଳେ ତାଙ୍କ ହେଲିକପ୍ଟର ପଛ ଭାଗ ଭାଙ୍ଗିଯାଇଥିଲା । ମାତ୍ର ସେ ଏଥିରୁ ବର୍ତ୍ତିଯାଇଥିଲେ । ୨୦୦୪ ମସିହାରେ ଏହି ଘଟଣା ଘଟିଥିଲା ।

ସୁଖବୀର ସଂହ ବାଦଲ

ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ମଧ୍ୟ ଏକ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ୨୦୦୯ ମସିହାରେ ଫିରୋଜପୁରରେ ଅବତରଣ ବେଳେ ଦୁର୍ଘଟଣା ଘଟିଥିଲା । ମାତ୍ର ସେ ଏଥିରେ ବଞ୍ଚିଯାଇଥିଲେ ।

ରାଜନାଥ ସିଂ

୨୦୧୦ ମସିହାରେ ଭାଜାପାର ଅଧ୍ୟକ୍ଷ ଥିବା ବେଳେ ରାଜନାଥ ସିଂ ଯାତ୍ରା କରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଭାଜାପାର ଉପାଧ୍ୟକ୍ଷ ମୁଖତାର ଅବାସ ନକବି ଥିଲେ । ତାଙ୍କର ହେଲିକପ୍ଟର ଅବତରଣ କରୁଥିବା ସ୍ଥାନରେ ଥିବା ଶୁଖିଲା ଘାସରେ ନିଆଁ ଲାଗିଯାଇଥିଲା । ମାତ୍ର ପାଇଲଟ୍‌ ତୁରନ୍ତ ଅନ୍ୟ ସ୍ଥାନକୁ ହେଲିକପ୍ଟର ସ୍ଥାନାନ୍ତର କରିଦେବାରୁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।

Comments are closed.