ଅବେଳରେ ହରାଇ ପାରନ୍ତି ଦୃଷ୍ଟି ଶକ୍ତି ; ଶୀଘ୍ର ଛାଡ଼ନ୍ତୁ ଏହି ବଦାଭ୍ୟାସ

ମଣିଷ ଶରୀରର ସବୁଠାରୁ ମୂଲ୍ୟବାନ୍ ଅଙ୍ଗ ହେଉଛି ଆଖି। ବିନା ଆଖିରେ ଜୀବନ ରଙ୍ଗ ହୀନ ହୋଇପଡ଼େ। ତେଣୁ ଆଖି ପ୍ରତି ବିଶେଷ ଯତ୍ନବାନ୍ ହେବା ଆବଶ୍ୟକ। ତେବେ ଆମର ଏପରି କିଛି ଖରାପ ଅଭ୍ୟାସ ରହିଛି, ଯାହାଦ୍ବାରା ଦିନେ ଆମକୁ ଆମ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିପାରେ। ସେହିସବୁ ବଦ ଅଭ୍ୟାସ ବିଷୟରେ ଜାଣନ୍ତୁ ଏବଂ ସମୟ ଥାଉ ଥାଉ ସତର୍କ ହୋଇ ଯାଆନ୍ତୁ –

–ଖରାରେ ବିନା ସନଗ୍ଳାସରେ ବାହାରକୁ ବାହାରିବା।
–କଣ୍ଟାକ୍ଟ ଲେନ୍ସ ବହୁତ ସମୟ ଯାଏଁ ପିନ୍ଧିବା।
–ପୁରୁଣା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା।
–ଅଧିକ ସମୟ ଧରି ମୋବାଇଲ ଓ ଲ୍ୟାପଟପ୍ ଆଦି ଦେଖିବା।
– ଅବଧି ଶେଷ ହୋଇଯାଇଥିବା ଆଖି ମେକଅପ୍ ବ୍ୟବହାର କରିବା।
–ସିଗାରେଟ୍ ଟାଣିବା ଦ୍ବାରା ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥାଏ।
–ଡାକ୍ତରଙ୍କ ବିନା ପରାମର୍ଶରେ ଆଇ ଡ୍ରପ୍ ପକାଇବା।

Comments are closed.