କାରୋନା ଆତଙ୍କ : ଏହି ୫ ଦେଶରେ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ

ୱାଶିଂଟନ : ସମଗ୍ର ବିଶ୍ୱରେ କରୋନା ଭୂତାଣୁର ଆତଙ୍କ ଜାରି ରହିଛି। ଅନ୍ୟପକ୍ଷରେ, ଅନେକ ଦେଶ ପକ୍ଷରୁ ଟିକା ପ୍ରସ୍ତୁତି ଚାଲିଛି । କିନ୍ତୁ ସଂକ୍ରମଣରେ ପୀଡିତ ରୋଗୀଙ୍କ ମୃତ୍ୟୁ ବଢିବାରେ ଲାଗିଛି ।ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ମୃତ୍ୟୁ ସଂଖ୍ୟା ସାରା ବିଶ୍ୱରେ ୬ କୋଟି ୬୮ ଲକ୍ଷ ୪୭ ହଜାର ୦୪୧ରେ ପହଞ୍ଚିଛି । ଏହି ଭୂତାଣୁ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ହେଉଛି ଆମେରିକା, ବ୍ରାଜିଲ ଏବଂ ଭାରତ । କରୋନା ରୋଗୀଙ୍କ ମୃତ୍ୟୁ ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ କହୁଛୁ କେଉଁ ଦେଶରେ କୋଭିଡ -୧୯ମୃତ୍ୟୁ ହାର ଅଧିକ।
ଆମେରିକା : ଦେଶରେ ମହାମାରୀ ପରଠାରୁ ୧,୪୩,୫୫,୩୬୬ ମାମଲା ଚିହ୍ନଟ ହୋଇଛି ଏବଂ ୨,୭୯,୭୫୩ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ବ୍ରାଜିଲ : ଏହି ଲାଟିନ୍ ଆମେରିକୀୟ ଦେଶରେ କୋଭିଡ-୧୯ରେ ୧,୭୫,୯୬୪ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୫,୩୩,୯୬୮। ମହାମାରୀକୁ ସଠିକ୍ ଭାବରେ ପରିଚାଳନା କରୁ ନ ଥିବାରୁ ଏଠାରେ ରାଷ୍ଟ୍ରପତିଙ୍କୁ ସମାଲୋଚନା କରାଯାଇଛି।
ଭାରତ : ବର୍ତ୍ତମାନ ଭାରତରେ ୯୬,୦୮,୨୧୧ ଲୋକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ୧,୩୯,୭୦୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ କରୋନା କାରଣ ଜନିତ ମୃତ୍ୟୁ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି।
ମେକ୍ସିକୋ : ପଡୋଶୀ ଆମେରିକାର ମେକ୍ସିକୋରେ କୋଭିଡ-୧୯ ଯୋଗୁଁ ପ୍ରାୟ ୧,୦୮,୮୬୩ ଲୋକଙ୍କର ମୃତ୍ୟୁ ହୋଇଛି। ଏଠାରେ ୧୧,୫୬,୭୭୦ ଲୋକ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଦନାମ ଗେବ୍ରେସିୟସ୍ କହିଛନ୍ତି ଯେ ମହାମାରୀ ଯୋଗୁଁ ଦେଶର ଅବସ୍ଥା ଭଲ ନାହିଁ । କରୋନାକୁ ଗମ୍ଭୀରତାର ସହ ନେବାକୁ ଏବଂ ନାଗରିକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ସେ ନେତାମାନଙ୍କୁ ଅନୁରୋଧ କରିଛନ୍ତି।
ବ୍ରିଟେନ : ଏଠାରେ ୧୬,୯୪,୮୦୦ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୬୦,୭୧୪ ରୋଗୀଙ୍କର ମୃତ୍ୟୁ ଘଟିଛି। ଡିସେମ୍ବର ୨ରେ ଜାତୀୟ ଲକଡାଉନ୍ ଶେଷ ହେବା ପରେ ଏକ ନୂତନ ତିନି ସ୍ତରୀୟ ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି।

Comments are closed.