ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ହେଲିକପ୍ଟର କିମ୍ବା ବିମାନ ଦୁର୍ଘଟଣାରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ – ଦେଶର ପ୍ରଥମ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ବିପିନ ରାଓ୍ୱତଙ୍କର ମୃତ୍ୟୁ ହୋଇଛି । ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୧୩ ଜଣଙ୍କର ପ୍ରାଣହାନୀ ଘଟିଛି । ସେନାର ହେଲିକପ୍ଟରେ ମୋଟ ୧୪ ଜଣ ଯାତ୍ରୀ ଥିଲେ । ଦେଶରେ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେମାନଙ୍କ ବିଷୟରେ ନିମ୍ନରେ ତଥ୍ୟ ଉଲ୍ଲେଖ କରାଯାଇଛି ।

ଓ୍ୱାଇ ଏସ୍‌ ରାଜ ଶଖର ରେଡ୍ଡୀ

ଆନ୍ଧ୍ରପ୍ରଦେଶରେ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଓ୍ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ୨୦୦୯ ମସିହାରେ ରୁଦ୍ରକୋଣ୍ଡା ପାହାଡ ମଧ୍ୟରେ ଖରାପ ପାଗ ଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

ମାଧବରାଓ ସିନ୍ଧିଆ

୨୦୦୧ ମସିହା ସେପ୍ଟେମ୍ବର ମାସରେ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ମାଧବରାଓ ସିନ୍ଧିଆଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟ ହୋଇଥିଲା । ଏହି ସମୟରେ ସିନ୍ଧିଆଙ୍କ ସହ ୬ଜଣ ବିମାନରେ ଥିଲେ । ଏହି ବିମାନଟି ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜିଏମ୍‌ ଏସ୍‌ ବାଲାଯୋଗୀ

ଲୋକ ସଭାର ପୂର୍ବତନ ବାଚସ୍ପତି ଜିଏମ୍‌ ଏସ୍‌ ବାଲାଯୋଗୀଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାରେ ୨୦୦୨ ମସିହାରେ ସେ ଯାତ୍ରା କରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ମୋହନ କୁମାରମଙ୍ଗଲମ୍‌

କଂଗ୍ରେସର ବରିଷ୍ଠ ନେତା ମୋହନ କୁମାର ମଙ୍ଗଲମ୍‌ଙ୍କର ଦିଲ୍ଲୀ ନିକଟରେ ଇଣ୍ଡିଆନ୍‌ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

ଓମ୍‌ ପ୍ରକାଶ ଜିନ୍ଦଲ

ହରିୟାନାର ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ଉଦ୍ୟୋଗପତି ଓମ୍‌ ପ୍ରକାଶ ଜିନ୍ଦଲଙ୍କର ୨୦୦୫ ମସିହାରେ ଉତ୍ତରପ୍ରଦେଶର ସହାରହନପୁର ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ସଂଜୟ ଗାନ୍ଧୀ
ଇନ୍ଦିରା ଗାନ୍ଧୀଙ୍କର ସାନ ପୁଅ ସଂଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ୧୯୮୦ ମସିହାରେ ଦିଲ୍ଲୀରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.