ଖରା ଦିନେ ଶରୀରକୁ ଥଣ୍ଡା ଦିଏ ଏହି ୫ଟି ମସଲା

ଖରା ଦିନେ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହି ଦିନରେ ଶରୀରରକୁ ଥଣ୍ଡା ଦେଉଥିବା ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ମତ ଦେଇଥାନ୍ତି । ନଚେତ୍ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆଜି ଆମେ ଏଭଳି ୫ଟି ମସଲା ବିଷୟରେ ଜଣାଇବୁ ଯାହା ଆପଣଙ୍କ ଶରୀରକୁ ଥଣ୍ଡା ଦେବା ସହ ସୁସ୍ଥ ରଖିବ ।

ପୁଦିନା ପତ୍ର : ଖରା ଦିନେ ପୁଦିନା ପତ୍ର ସେବନ ଶରୀର ପାଇଁ ଲାଭଦାୟକ ହୋଇଥାଏ । ପୁଦିନା ପତ୍ର ଶରୀରର ଭିତରକୁ ଥଣ୍ଡା ପହଞ୍ଚାଇଥାଏ । ପୁଦିନାରେ ପିପରମେଣ୍ଟ ରହିଥିବାରୁ ଏହା ଶରୀରର ପିତକୁ ଶାନ୍ତ ରଖିଥାଏ । ଛାଛ୍ ଏବଂ ରାୟିତାରେ ଏହାକୁ ବ୍ୟବହାର କରାଯାଏ ।

ପାନ ମହୁରୀ : ପାନ ମହୁରୀ ଏସିଡିସି ଦୂର କରିବାରେ ସାହାଯ୍ୟ କରେ । ଅଜୀର୍ଣ୍ଣ ବା ବଦହଜମୀ ସମସ୍ୟା ଦେଖା ଦେଲେ, ପାନ ମହୁରୀକୁ ପାଣିରେ ଫୁଟାଇ ଥଣ୍ଡା କରି ପିଇଲେ ଏହି ସମସ୍ୟାରୁ ମୁକ୍ତି ମୁଳେ । ଟାଣ ଖରାରେ ପାନ ମହୁରୀ ଖାଇଲେ ଶରୀରକୁ ଶକ୍ତି ମିଳେ ।

ଧନିଆ ପତ୍ର : ଧନିଆ ପତ୍ର ଶରୀର ପାଇଁ ଥଣ୍ଡା ହୋଇଥାଏ । ଏହା ପାଚନ ପ୍ରକ୍ରିୟାକୁ ସକ୍ରିୟ ରଖିଥାଏ । ଏହା ସହ ରକ୍ତର ଶର୍କରା ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ ।

ସବୁଜ ଗୁଜୁରାତି : ଗୁଜରାତି ଶରୀରର ବାତ, ପିତ ଓ କଫ ଆଦିକୁ ସଠିକ ରଖିଥାଏ । ସକାଳେ ଚା’ରେ ଗୁଜୁରାତି ପକାଇ ପିଇବା ଦ୍ବାରା ପାଚନ କ୍ରିୟା ସଠିକ୍ ରହିଥାଏ ।

ହଳଦୀ : ଶରୀରର ଭିତର ଅଂଶକୁ ଥଣ୍ଡା ରଖିବାରେ ହଳଦୀ ଅତ୍ୟନ୍ତ ଲାଭଦାୟକ । ହଳଦୀର କଡା ସ୍ବାଦ ଶରୀରକୁ ଥଣ୍ଡା ରଖିବା ସହ ଅତିରିକ୍ତ ଗରମରୁ ମୁକ୍ତି ଦେଇଥାଏ ।

Comments are closed.