କରୋନା ଭୂତାଣୁ ଜନିତ ଭୟ : ଆଉ ୭ଟି ବିମାନ ବନ୍ଦରରେ ଯାତ୍ରୀଙ୍କ ଥର୍ମାଲ୍‍ ସ୍କ୍ରିନିଂ

ନୂଆଦିଲ୍ଲୀ : ଚୀନ୍‍ର ଉହାନରେ ନୋଭେଲ୍‍ କରୋନା ଭୂତାଣୁଜନିତ ରୋଗର ବିପତ୍ତିକୁ ଦୃଷ୍ଟିରେ ରଖି ହଙ୍ଗ୍‍କଙ୍ଗ୍‍ ସମେତ ଚୀନ୍‍ରୁ ଭାରତ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ୍‍ ସ୍କ୍ରିନିଂ କରାଯାଉଛି । ଆହୁରି ୭ଟି ବିମାନ ବନ୍ଦରରେ ଥର୍ମାଲ୍‍ ସ୍କ୍ରିନିଂ କରାଯିବ ବୋଲି ଘୋଷଣା କରାଯାଇଛି ।
ଏହି ବିମାନ ବନ୍ଦରଗୁଡ଼ିକ ହେଉଛି,  ଦିଲ୍ଲୀ, ମୁମ୍ବାଇ, କୋଲ୍‍କାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି। ହଂକଂ ସମେତ ଚୀନ୍‍ର ବିଭିନ୍ନ ସ୍ଥାନରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ଏହିଭଳି ଯାଞ୍ଚ୍‍ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ତୁରନ୍ତ ଉପଲବ୍ଧ କରାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୧୪ ଦିନ ଧରି ଳୋକଙ୍କ ସ୍ବାସ୍ଥ୍ୟ ସଂପର୍କୀୟ ତଥ୍ୟ କଫ୍ ଏବଂ ଚୀନର ବିଭିନ୍ନ ଅଞ୍ଚଳ ଗସ୍ତ ସଂପର୍କରେ ବିବରଣୀ ସଂଗ୍ରହ କରାଯାଉଛି।

Comments are closed.