ଆସ୍ଥା ଭୋଟରେ ଜିତିଲେ ଥେରେସା ମେ

0

ଲଣ୍ଡନ : ୟୁରୋପୀୟ ସଂଘରୁ ବାହାରିଯିବା (ବ୍ରିକ୍‍ଜିଟ୍‍) ନିଷ୍ପତ୍ତିକୁ ନେଇ ଦଳୀୟ ସାଂସଦଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହେଉଥିବା ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କୁ ଆଶ୍ୱସ୍ତି ମିଳିଛି। ସେ ବୁଧବାର ବ୍ରିଟେନ୍‍ ସଂସଦରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ କଂଜରଭେଟିଭ ଦଳର ୩୧୭ ଜଣ ସାଂସଦ ମଧ୍ୟରୁ ୨୦୦ ଜଣ ତାଙ୍କ ସପକ୍ଷରେ ମତ ଦେଇଛନ୍ତି। ଅର୍ଥାତ ଥେରେସଙ୍କୁ ନିଜ ଶାସକ ଦଳର ଏକ ତୃତୀୟାଂଶ ସାଂସଦଙ୍କ ସମର୍ଥନ ମିଳିନାହିଁ। ୧୧୭ ସାଂସଦ ତାଙ୍କ ତାଙ୍କ ବିରୋଧରେ ଭୋଟ ଦେଇଛନ୍ତି। ଏହାପରେ ବି ଥେରେସା ୮୭ ଖଣ୍ଡ ଭୋଟ ବ୍ୟବଧାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଶାସକ କଂଜରଭେଟିଭ ପାର୍ଟିର ୪୮ ସାଂସଦ ଥେରେସାଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ପତ୍ର ଲେଖିଥିଲେ। ଫଳରେ ବୁଧବାର ଭୋଟ ଗ୍ରହଣ କରାଯାଇଥିଲା। ଆସ୍ଥା ଭୋଟରେ ଜିତିବା ପରେ ଥେରେସା ମେ’ ଡାଉନିଙ୍ଗଷ୍ଟ୍ରିଟ୍‍ ବାହାରେ ଦେଶବାସୀଙ୍କୁ ସମ୍ବୋଧିତ କରି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହାସହ ତସେ ଆଉ ୨୦୨୨ରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବ୍ରିକ୍‍ଜିଟ୍‍ ପ୍ରସଙ୍ଗରେ ୨୦୧୬ ଜୁନ୍‍ ୨୩ରେ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ବ୍ରିଟେନ୍‍ବାସୀ ୟୁରୋପୀୟ ସଂଘରୁ ଅଲଗା ହେବା ସପକ୍ଷରେ ମତ ଦେଇଥିଲେ। ଲୋକଙ୍କ ସମର୍ଥନ ପାଇବା ପରେ ୨୦୧୭ ମାର୍ଚ୍ଚ ୨୯ରେ ବ୍ରିକ୍‍ଜିଟ୍‍ ପାଇଁ ଥେରେସା ମେ’ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି କ୍ରମରେ ୟୁରୋପୀୟ ସଂଘର ଆଇନ ଅନୁସାରେ ୨୦୧୯ ମାର୍ଚ୍ଚ ୨୯ରେ ବ୍ରିଟେନ୍‍ ଏହି ସଂଘରୁ ଅଲଗା ହୋଇଯିବ। ତେବେ ଥେରେସାଙ୍କ ଏହି ନିଷ୍ପତ୍ତିଙ୍କୁ ତାଙ୍କ ଦଳର ଅନେକ ସାଂସଦ ବିରୋଧ କରିଛନ୍ତି ଓ ଦଳରେ କନ୍ଦଳ ଆରମ୍ଭ ହୋଇଛି।

Leave A Reply