ହଠାତ୍ ବଦଳିଲା ଗହମ ଦାମ୍

ଇନ୍ଦୋର: ଚଳିତ ବର୍ଷ ଗହମ ଦାମ୍‌ରେ ବିଶେଷ ଧରଣର ପରିବର୍ତ୍ତନ ଆସିଛି । ମାଲଓ୍ୱା ଚାଷୀଙ୍କ ପାଇଁ ଏକ ଲାଭଦାୟକ ଚାଷ ପାଲଟିଛି ଗହମ । ହେଲେ ବର୍ତ୍ତମାନ ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ହେତୁ ଉଭୟ ଦେଶର ଗହମ ବାଣିଜ୍ୟ ଅହେତୁକ ହ୍ରାସ ପାଇଛି । ଯେଉଁଥିପାର୍ଇ ଭାରତ ଲାଭବାନ ହେଉଛି । ରପ୍ତାନୀ ଚାହିଦାକୁ ଦୃଷ୍ଟିରେ ରଖି ଗୁଜରାଟର କାଣ୍ଡଲା ବନ୍ଦରରେ ଟ୍ରକ୍‌ ଟ୍ରକ୍‌ ଗହମ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ସବୁଠାରୁ ବଡ଼ କଥା ହେଉଛି ଗହମ ଚାହିଦାକୁ ଦୃଷ୍ଟିରେ ରଖି ଗହମ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଗହମ କୁଇଣ୍ଟାଲ ପ୍ରତି ୨୪୪୦ ଟଙ୍କା ବିକ୍ରି ହେଉଛି । ସେହିପରି କାଣ୍ଡଲାରେ ୨୩୮୦, ପାରଳା ଦେଓ୍ୱାସ ୨୧୩୫, ଖଣ୍ଡଓ୍ୱାତେଲରେ ୨୨୨୫ ଓ ପୋର୍ନା ୨୨୫୦ରୁ ୨୩୦୦ ଟଙ୍କା କ୍ୱିଣ୍ଟାଲ ପ୍ରତି ଦାମ୍‌ ରହିଛି ।

Comments are closed.