ଅତିରିକ୍ତ ରାଜସ୍ବ ଚିନ୍ତା : ବଢ଼ିବ ଉତ୍ପାଦ ଶୁଳ୍କ ଆହୁରି ମହଙ୍ଗା ହେବ ତେଲ

ପେଟ୍ରୋଲ ୬, ଡି‌େ‌ଜଲ ୩ ଟଙ୍କା ବଢ଼ିପାରେ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର। ଆଗକୁ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୬ ଟଙ୍କା ଏବଂ ଡିଜେଲରେ ୫ ଟଙ୍କା ବୃଦ୍ଧି କରିପାରନ୍ତି। କାରଣ ସରକାର ଉଭୟ ପେଟ୍ରୋଲ ଓ ଡି‌େ‌ଜଲର ଉତ୍ପାଦ ଶୁଳ୍କରେ ପୁଣି ଥରେ ବୃଦ୍ଧି କରିବାକୁ ଯାଉଛନ୍ତି, ଯାହାର ସିଧାସଳଖ ପ୍ରଭାବ ତୈଳ ଦର ଉପରେ ପଡିବାକୁ ଯାଉଛି। ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସରକାର ପେଟ୍ରୋଲ ଓ ଡି‌େ‌ଜଲର ଉତ୍ପାଦ ଶୁଳ୍କରେ ବୃଦ୍ଧି ଯୋଜନା କରିଛନ୍ତି।
ଏହା ପୂର୍ବରୁ ଚଳିତବର୍ଷ ମେ’ରେ ସରକାର ପଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ୧୩ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ। ସେହିଭଳି ୨୦୧୪ଠାରୁ ବର୍ତ୍ତମାନ ଯାଏ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କରେ ୧୦ ଥର ବୃଦ୍ଧି ଘଟାଇଛନ୍ତି। ୨୦୧୪ରେ ପେଟ୍ରୋଲ ଉପ‌େ‌ର ଉତ୍ପାଦ ଶୁଳ୍କ ୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଉପରେ ୩ ଟଙ୍କା ୫୬ ପଇସା ରହିଥିଲା। ସେବେଠାରୁ ଆଜି ଯାଏ ଉତ୍ପାଦ ଶୁଳ୍କରେ ମୋଟ ପେଟ୍ରୋଲ ଉପରେ ୩୭ ଟଙ୍କା ୯୮ ପଇସା ଏବଂ ଡିଜେଲ ଉପରେ ୩୬ ଟଙ୍କା ୯୮ ପଇସା ବୃଦ୍ଧି ହୋଇଛି । ସୂଚନାନୁଯାୟୀ, କରୋନା ସମୟରେ ଅର୍ଥ ବ୍ୟବସ୍ଥାରେ ହୋଇଥିବା କ୍ଷତିର ଭରଣା ପାଇଁ ସରକାର ତୃତୀୟ ଆର୍ଥିକ ପ୍ୟା‌େ‌କଜ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସରକାରଙ୍କୁ ବହୁ ପରିମାଣରେ ଅତିରିକ୍ତ ରାଜସ୍ବର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୂରଣ କରିବାକୁ ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ବଢାଇବାକୁ ବିଚାର କରୁଛନ୍ତି। ଉତ୍ପାଦ ଶୁଳ୍କରେ ବୃଦ୍ଧି ଜରିଆରେ ସରକାର ସମ୍ପୂର୍ଣ୍ଣ ବର୍ଷ ପାଇଁ ୬୦,୦୦୦ କୋଟି ଟଙ୍କା ଏବଂ ବର୍ଷର ଅବଶିଷ୍ଟ ସମୟ ପାଇଁ ୬୦,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି।

Comments are closed.