ଧୋନିଙ୍କ ନୋଏଡାସ୍ଥିତ ଘରୁ ଚୋରି, ମାମଲା ରୁଜୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୋଏଡ଼ାସ୍ଥିତ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଧୋନିଙ୍କ ଏହି ଘରକୁ ଏକ କମ୍ପାନୀ ଭଡ଼ାରେ ନେଇଛି। ଘରର କେୟାରଟେକରଙ୍କ ଅଭିଯୋଗ ଅନୁସାରେ ଘରୁ ଏକ ଏଲସିଡି ଓ ଅନ୍ୟ କେତେକ ସାମଗ୍ରୀ ଚୋରି ହୋଇଛି। ସେକ୍ଟର-୩୯ ଥାନା ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‍ ଆଖପାଖର କେତେକ ଲୋକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚୁରା କରୁଛି।
ପ୍ରକାଶ ଯେ ନୋଏଡ଼ା ସେକ୍ଟର ୧୦୪ ଏଚ୍‍ଏ-୨୦୪ ପ୍ଲଟର ଏହି ଘର ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ପଞ୍ଜିକୃତ ଅଛି। ଏହି କୋଠା ୪୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ। ଧୋନିଙ୍କ ଅଧିନାୟକତ୍ୱରେ ଭାରତ କ୍ରିକେଟ ବିଶ୍ୱକପ ବିଜୟୀ ହେବା ପରେ ସେ ଏହି ଘରଟିକୁ କିଣିଥିଲେ। ସେ ଏହି ଘରକୁ ମାତ୍ର ଥରେ ଆସିଥିଲେ। ପରେ ସେ ଘରକୁ ଭଡ଼ାରେ ଏକ କମ୍ପାନୀକୁ ଦେଇଛନ୍ତି।

Comments are closed.