ଘର ଝରକା ତାଡି ସୁନା ଅଳଙ୍କାର ଚୋରୀ ଅଭିଯୋଗ

ପାଟଣା : ଘଟଗାଁ ଥାନା ଅଞ୍ଚଳ ଢେ଼ଙ୍କିକୋଟ ସନ୍ନିକଟ ଲଙ୍ଗଳ କଣ୍ଟି ଗ୍ରାମର ବୁଦ୍ଧଦେବ ମହନ୍ତଙ୍କ ଘରେ ଝରକା ଭାଙ୍ଗି ୪ ଜଣ ଚୋର ପଶିବା ସହ ବୁଦ୍ଧଦେବଙ୍କ ସହ ତାଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ମାଡ଼ ମାରି ନଗଦ ୪୫ ହଜାର ଟଙ୍କା ସହ ପାଖା ପାଖି ୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଚୋର ମାନେ ଲୁଟି ନେଇଥିବା ବାକ୍ସକୁ ଏକ ପୋଖରୀ ନିକଟରେ ଫିଙ୍ଗି ଦେଇଥିବା ଦେଖାଯାଇଛି। ଏହା ଛଡ଼ା ଗଣମାଧ୍ୟମ ପ୍ରତିନିଧି ନୃସିଂହ ନାଥ ସିଂହଙ୍କ ଘର ସାମ୍ନା ଝରକା ଚୋର ତାଡି ଥିଲେ ମଧ୍ୟ ଚୋରୀ କରିବାରେ ବିଫଳ ହେବା ପରେ ଢେଙ୍କିକୋଟ ତଳ ସାହିର ଶ୍ରୀକାନ୍ତ ନାମକ ଜଣେ ଅଟୋ ଚାଳକଙ୍କ ଘରେ ପଶି ଚୋରମାନେ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି। ଚୋରି ସମ୍ପର୍କରେ ଲଙ୍ଗଳକଣ୍ଟି ଗ୍ରାମର ବୁଦ୍ଧ ଦେବ ମହାନ୍ତ ଘଟଗାଁ ଥାନାରେ ଏତଲା ଦେଇଛନ୍ତି ।

Comments are closed.