ସର୍ଟର ଭାଙ୍ଗି ୫ଲକ୍ଷ ଟଙ୍କାର ଖାଇବା ତେଲ ଚୋରି

ଆଠଗଡ : ଆଠଗଡ ଅଞ୍ଚଳରେ ହୋଲସେଲ ବ୍ୟବସାୟ କରୁଥିବା ସ୍ନେହା ଟ୍ରେଡର୍ସର ରାସରସିକପୁରସ୍ଥିତ ଗୋଦାମଘରର ସର୍ଟର ତାଡି  ବିଳମ୍ବିତ ରାତ୍ରିରେ ପ୍ରାୟ ୫ଲକ୍ଷ ଟଙ୍କା ମୂଲ୍ୟର ଖାଇବା ତେଲ ଚୋରି ହୋଇଥିବା ଥାନାରେ ଏତଲା ଦିଆଯାଇଛି । ସ୍ନେହା ଟ୍ରେଡର ମାଲିକ ସୌମ୍ୟରଞ୍ଜନ ତ୍ରିପାଠୀ ଥାନାରେ ଦେଇଥିବା ଏତଲା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ବ୍ୟବସାୟ ପରେ ସେ ତାଙ୍କ ଗୋଦାମଘର ସର୍ଟରରେ ତାଲା ପକାଇ ଘରକୁ ଫେରିଥିଲେ । ତେବେ ବୁଧବାର ସକାଳେ ଗୋଦାମ ଖୋଲିବାକୁ ଆସିବା ସମୟରେ ସର୍ଟର ତଡା ହୋଇଥିବା ଦେଖିବାକୁ ପାଇଲେ। ପୁଲିସ ଉପସ୍ଥିତିରେ ଗୋଦାମ ଭିତରେ ଯାଞ୍ଚ କରିବାରେ ପ୍ରିଡମ ତେଲ ୪୧ପେଟି, ରୁଚି ଗୋଲ୍ଡ ୩୦ଟିଣ, ଫ୍ରିଡମ ଷୋରିଷ ତେଲ ୩୪ ପେଟି, ରୁଚିଗୋଲ୍ଡ ପାମ ତେଲ ୨୪୫ପେଟି ଓ ରୁଚିଗୋଲ୍ଡ ୫୦୦ଏମଏଲ ତେଲ ୪୭ପେଟି ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ। ମହିଳା କଲେଜ ରାସ୍ତାରେ ଥିବା ତାଙ୍କ ଭଡା ନେଇଥିବା ଗୋଦାମଘରେ ପହଞ୍ଚି ଆଠଗଡ ପୁଲିସ ତନାଘନା ତଦନ୍ତ ଜାରି ରଖିଥିବା ଜଣାପଡିଛି।

Comments are closed.