ମାଁ ସିଦ୍ଧ ବାରାହୀ ପୀଠରେ ଚୋରୀ

ଚିକିଟି :ବଡ଼ବଡଙ୍ଗା ସ୍ଥିତ ପ୍ରସିଦ୍ଧ ମାଁ ସିଦ୍ଧ ବାରାହୀ ପୀଠରେ ଚୋରୀ ଅଭିଯୋଗ ହୋଇଛି । ସୋମବାର ରାତିରେ ମନ୍ଦିର ପଛପଟ ଗ୍ରୀଲ ତାଡି ହୋଇଛି ଚୋରୀ । ମା ବାରାହୀଙ୍କ ପିତଳ ମୁକୁଟ ( ପ୍ରାୟ ଦେଢ଼ କିଲୋ) ୨୦ ରୁ ୨୫ ତୋଳା ରୁପା ଅଳଙ୍କାର ନେଇଯାଇଛି ଚୋର । ମନ୍ଦିର କମିଟି କହିବା ପ୍ରକାରେ ମାଆଙ୍କର ୧୬ ଦିନ ପୂଜାରେ ମାଙ୍କୁ ସୁନା ଅଳଙ୍କାର ପିନ୍ଧା ଯାଇଥିଲା , ପୂଜା ସରିବାପରେ ଗତ କାଲି କମିଟି ସ୍ୱର୍ଣ୍ଣ ଅଳଙ୍କାର ଘରକୁ ନେଇଯାଇଥିଲେ । ସେହି ସ୍ୱର୍ଣ୍ଣ ଅଳଙ୍କାର ଲୋଭରେ ଚୋର ପଶିଥିବା ସନ୍ଦେହ କରାଯାଉଛି । ସୁନା ଅଳଙ୍କାର ନମିଳିବାରୁ ରୁପା ଓ ପିତଳ ଅଳଙ୍କାର ନେଇ ଚମ୍ପଟ ମାରିଚି ଚୋର । ଅଭିଯୋଗ ପରେ ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରୁଛନ୍ତି ।

Comments are closed.