ବିଦ୍ୟାଳୟରୁ ଚୋରି
ଚୌଦ୍ୱାର : ବ୍ୟାରେଜ ରୋଡ଼ର ହିଙ୍ଗୁଳାଇ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲରୁ ନଗଦ ୭୦ ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶକ୍ତି ମହାନ୍ତି ଥାନାରେ କରିଥିବା ଅଭିଯୋଗ ସୁତ୍ରରୁ ପ୍ରକାଶଯେ ସୋମବାର ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟାଳୟର ପଛପଟ ଦେବାଲ ଡେଇଁ ସ୍କୁଲ ଭିତରେ ପଶିବା ସହିତ ସ୍କୁଲର ମୁଖ୍ୟ ଦ୍ୱାର ଓ ଅଧ୍ୟକ୍ଷଙ୍କ ଅଫିସ୍ ଦୁଆର ଭାଙ୍ଗି ଅଫିସରେ ଲକର ଥିବା ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଅଭିଯୋଗ ପାଇ ପୁଲିସ ବିଦ୍ୟାଳୟର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଜାରୀ ରଖିଛି ।