ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ନୀଳଗିରି: ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଅଳସୁଆଁ ଗାଁ ରେ ଥିବା ତାରିଣୀ ମନ୍ଦିରରୁ କେହି ଦୁର୍ବୁତ୍ତ ଦାନହୁଣ୍ଡିରୁ ନଗଦ ଟଙ୍କା, ସୁନା ରୁପାର ମୁକୁଟ, ହାର ସହ କଂସା ବାସନ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୂଜକ ନଟବର ଦାଶ ମଙ୍ଗଳବାର ରାତିରେ ଚାବି ନେଇ ଯାଇଥିଲେ ହେଁ ବୁଧବାର ସକାଳେ ଚୋରି ହୋଇଥିବା ସମ୍ପର୍କରେ ଜାଣି ଅଞ୍ଚଳବାସୀ ଓ ପୁଲିସକୁ ଅବଗତ କରାଇଛନ୍ତି। ତେବେ ଏହା ନିଶାଡ଼ିଙ୍କ କାରନାମା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Comments are closed.