ଶ୍ୟାମାକାଳୀ ମନ୍ଦିରରୁ ଅଳଙ୍କାର ଓ ହୁଣ୍ଡି ଦାନ ଚୋରି

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ସହର ସିଙ୍ଗଳପଡ଼ା ସ୍ଥିତ ଶ୍ୟାମାକାଳୀ ମନ୍ଦିରରୁ ମଧ୍ୟ ରାତ୍ର ରେ ଅଜଣା ଦୁର୍ବୃତ ମନ୍ଦିର ଶିକୁଳି ଭାଙ୍ଗି ମା’ ପିନ୍ଧିଥିବା ସୁନା ଓ ରୂପା ଅଳଙ୍କାର ଏବଂ ମାଆଙ୍କ ହୁଣ୍ଡି ଦାନ ରାଶି ଚୋରି କରି ନେଇ ଯାଇଥିବା, ମନ୍ଦି ପୂଜକ ସଞ୍ଜୟ ମିଶ୍ର ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଥାନା ଅଧିକାରୀ ସତ୍ୟଜିତ କାନ୍ଦନକେଲଙ୍କ ନେତୃତ୍ୱରେ ପୁଲିସ ସାଇଣ୍ଟିଫିକ ଟିମ ମନ୍ଦିର ପରିସର ରେ ଅନୁସନ୍ଧାନ କରି ଫେରିଆସିଥିବା ବେଳେ, ପୁଲିସ ଆଜି ଦିନତମାମ ଅନୁସନ୍ଧାନ ଜାରୀ ରଖିଛି।  ଖୁବ ଶୀଘ୍ର ଚୋର ଧରା ପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇ ଛନ୍ତି। ଚୋରି ଯାଇଥିବା ଅଳଙ୍କାର ମୂଲ୍ୟ ସଠିକ ଆକଳନ  ତଦନ୍ତ ପରେ ଜଣାପଡିବ।

Comments are closed.