ଆମାଜନ ସର୍ଭିସ ଅଫିସରେ ଚୋରି

ନବରଙ୍ଗପୁର : ଦଶହରା ପୂଜା ଉପଲକ୍ଷେ ସହରରେ ଜନ ଗହଳି ହୋଇ ଥିବା ବେଳେ, ଅନ୍ୟ ପଟେ ସହରରେ ଚୋରି ବଢିବା ଘଟଣାକୁ ନେଇଁ ସାଧାରଣରେ ଧନ ଜୀବନ ଅସୁରକ୍ଷିତ ମନେ କରୁଛନ୍ତି ସହର ବାସୀ। ଗତକାଲି ବିଳମ୍ବିତ ରାତିରେ ସହରରେ ଥିବା ଆମାଜନ ସର୍ଭିସ ପଏଣ୍ଟରୁ ଚୋରି ଘଟଣାକୁ ନେଇଁ ସହର ବାସୀଙ୍କ ମନରେ ଛନକା ପଶିଛି । ସୂଚନାରୁ ଜଣାଯାଇଛି ସ୍ଥାନୀୟ ସାହିଲ ହୋଟେଲ ନିକଟରେ ଥିବା ଆମାଜନ ସର୍ଭିସ ପଏଣ୍ଟ ଅଫିସରେ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ସଟର ଭାଙ୍ଗି ନଗତ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଚୋରି ହୋଇଥିବା ଥାନାରେ ଅଭିଯୋଗ ପରେ ପୁଲିସ ପହଞ୍ଚି କାର୍ୟ୍ୟଳୟର ସିସି ଟିଭି ଫୁଟେଜ ଦେଖି ତଦନ୍ତ ପକ୍ରିୟା ଜାରି ରଖିଛି । ଚୋରି ଘଟଣାକୁ ନେଇଁ ଟିମ ମ୍ୟାନେଜର ସଞ୍ଜୟ ବିଷୋୟୀ ସାଇଣ୍ଟିଫିକ ଦଳର ସହଯୋଗ ନେବେ ବୋଲି ସୂଚନା ଦେଇଛନ୍ତି।

Comments are closed.