ଚୋରି ସନ୍ଦେହରେ ଦଳିତ ଯୁବକଙ୍କୁ ପଥରରେ ଛେଚି ମାରିଦେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପ୍ରତାପଗଡ଼ର ମାଣିକପୁର ଥାନା ଅଧୀନ ମୁଣ୍ଡିପୁର ଗ୍ରାମରେ ମଙ୍ଗଳବାର ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି। ମୃତକର ନାମ ସତୀଶ ରାୟଦାସ (୨୫) ବୋଲି ଜଣାପଡିଛି।
କୁହାଯାଉଛି ଯେ ଯୁବକ ଜଣକ ଚୋରି ପାଇଁ ଜଣଙ୍କ ଘରେ ପଶିଥିଲା। ସେହି ସମୟରେ ଲୋକେ ତାକୁ ଧରିନେଇଥିଲେ। ପରେ ସେଠାରେ ଭିଡ଼ ଜମା ହୋଇଯାଇଥିଲା ଓ ଲୋକେ ତାକୁ ପଥରରେ ଛଚି ଦେଇଥିଲେ। ଖବର ପାଇ ପୁଲିସ୍‍ ସେଠାରେ ପହଞ୍ଚିଥିଲେ ବି ସତୀଶକୁ ରକ୍ଷା କରିପାରିନଥିଲେ। ଏପରିକି ସେଠାରେ ଲୋକମାନେ ପୁଲିସ୍‍ କର୍ମୀଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ୩ ଜଣ କନେଷ୍ଟବଳ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ପୁଲିସ୍‍ ଫୋର୍ସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଲିସ୍‍ ସତୀଶକୁ ଉଦ୍ଧାର କରିବା ସମୟରେ ତାର ମୃତ୍ୟୁ ହୋଇ ସାରିଥିଲା। ସତୀଶର ବାପା ଏନେଇ ଥାନାରେ ଅଜଣା ହତ୍ୟାକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

Comments are closed.