ମୋ ବସରୁ ଚୋରି ଅଭିଯୋଗ ; ଦିବ୍ୟାଙ୍ଗଠାରୁ ଲୁଟି ନେଲେ ୪୪ ହଜାର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଦ୍ବାରା ଚାଲୁଥିବା ମୋ ବସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ହଜାର କି ଦୁଇ ହଜାର ନୁହେଁ, ଜଣେ ଦିବ୍ୟାଙ୍ଗ ଠାରୁ ୪୪ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଚୋରି ଅଭିଯୋଗ ଭୁବନେଶ୍ବରସ୍ଥିତ ଖଣ୍ଡଗିରିରୁ ଆସିଛି।

ମିଳିଥିବା ସୂଚା ଅନୁଯାୟୀ, କୌଣସି କାର୍ଯ୍ୟ ପାଇ ଦିବ୍ୟାଙ୍ଗ ବ୍ୟକ୍ତି ଜଣଙ୍କ ୪୪ ହଜାର ଟଙ୍କା ହାତ ଉଧାରି ଆଣିଥିଲେ। ସେହି ଟଙ୍କାକୁ ନେଇ ସେ ମୋ ବସରେ ଯାତ୍ରା କରୁଥିବା ସମୟରେ ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

Comments are closed.