ଚୋରି ଅଭିଯୋଗ;  ଯୁବକଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

0

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ଛଣମେରି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି । ସୂଚନା ଅନୁଯାୟୀ, ମା’ ପାର୍ବତୀଙ୍କ ମୂର୍ତ୍ତି ଚୋରି ଅଭିଯୋଗରେ ଯୁବକ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ  ମରା ଯାଇଛି । ଏହାପରେ ତାଙ୍କୁ ଲଣ୍ଡା କରି ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଯାଇଥିଲା। ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଲୋକଙ୍କ କବଳରୁ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।

Leave A Reply