ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ଥ, ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ  ୨୦ ନଂ ଜାତୀୟ ରାଜପଥ ଗଦାଧରପୁର ଶନିମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବାଇକ୍ ଆରୋହୀ ଜଣକ କେନ୍ଦୁଝରରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ବେଳେ ଶନି ମନ୍ଦିର ନିକଟରେ ଜାତୀୟ ରାଜପଥର କଡରେ ଭାରସାମ୍ୟ ହରାଇ ବାଇକଟି ପିଟି ହେବାରୁ ରାସ୍ତାକଡରେ ଯୁବକ ଜଣକ ଅଚେତ ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକ ଏହା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଗୁରୁତର ଯୁବକୁଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରିରଖିଛି।

Comments are closed.