ନିଆଁ ଲିଭାଇବା ବେଳେ ସାପ କାମୁଡାରେ ଯୁବକ ଆହତ

ପିପିଲି : ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମରେ ସୋମବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣଚନ୍ଦ୍ର ଖଟେଇ ସନାତନ ଖଟେଇଙ୍କର ୨ଟି ଗୁହାଳ ଘର ଜଳି ଯାଇଛି। ତେବେ ନିଆଁ ଲିଭାଇବାରେ ସହଯୋଗ କରୁଥିବା ସେହି ଗ୍ରାମର ଜଣେ ୨୨ ବର୍ଷିୟ ଯୁବକକୁ ଏକ ବୋଡା ସାପ କାମୁଡି ଦେବା ଫଳରେ ଯୁବକ ଜଣକ ଆହତ ହୋଇଥିବା ସୂଚନା ମିଳିଛି। ପରିବାର ଲୋକେ ତାଙ୍କୁ ଏକ ଚିକିତ୍ସା କେନ୍ଦ୍ରକୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଭଲ ଥିବା ଖବର ମିଳିଛି। ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକେ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଚାଳରୁ ନଡା କାଢୁଥିବାବେଳେ ଜଣେ ଯୁବକଙ୍କ ଗୋଡକୁ ବୋଡା ସାପ କାମୁଡି ଦେଇଥିଲା। ପରେ ପିପିଲି ଅଗ୍ନିଶମ ବିଭାଗର ୨ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲା।

Comments are closed.