ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ତେବେ ବିଧାନସଭା ବିଧି ଅନୁସାରେ ଗୃହ କାର୍ଯ୍ୟ ୬୦ ଦିନ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ବିଧାନସଭା କାର୍ଯ୍ୟ ବାକି ରହିଛି।

ତେବେ ବାକି ରହିଥିବା ବିଧାନସଭା ଅଧିବେଶନ କେବେ ବସିବ ଓ କଣ ରହିବ ଏହି ବିଧାନସଭାର ରୂପରେଖ ସେ ନେଇ ରାଜ୍ୟପାଳଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତି ପରେ ୪୦ ଦିନର ବିଧାନସଭା ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

Comments
Loading...