ସିରିଆ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ସାଢେ ୩ ଲକ୍ଷ, ଦେଶ ଛାଡିଛନ୍ତି କୋଟିଏ

ସିରିଆ: ସିରିଆରେ ୨୦୧୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଦେଢ ଲକ୍ଷରୁ ଅଧିକ ସାଧାରଣ ଜନତାଙ୍କ ସମେତ ଅତି କମରେ ସାଢେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨୨ ହଜାର ଶିଶୁ ଏବଂ ୧୩ ହଜାର ମହିଳା ରହିଛନ୍ତି। ସିରିଆର ମାନବ ଅଧିକାର ଅବଜରଭେଟୋରୀ ଏହି ସୂଚନା ଦେଇଛନ୍ତି।

ଏହି ଯୁଦ୍ଧ ସିରିଆର ଅର୍ଥନୀତିକୁ ନଷ୍ଟ କରିଦେଇଛି। ପ୍ରାୟ କୋଟିଏରୁ ଅଧିକ ସିରିଆବାସୀଙ୍କୁ ନିଜ ଦେଶ ଛାଡି ପଳାଇଛନ୍ତି। ଏଥିରେ ୧,୨୯,୪୭୬ ସୈନିକ ନିହତ ହୋଇଛନ୍ତି ଏବଂ ୫୭ ହଜାର ବିଦ୍ରୋହୀ ନିପାତ ହୋଇଛନ୍ତି। ୨୦୧୭ରେ ମିଳିତ ଜାତିସଂଘର ମାନବ ଅଧିକାରର ମୁଖ୍ୟ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ।

Comments are closed.