ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ତେଲକୋଇ : ତେଲକୋଇ ତହସିଲ ପକ୍ଷରୁ ଗୁରୁବାର ଶିବ ନାରାୟଣ ପୁର ଗୋଡା ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡ ଗ୍ରାମ ସମାକୋଇ ନଦୀ ପଠାରେ ଚଢଉ କରି ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ତହସିଲଦାର ଅଶ୍ବିନୀ କୁମାର ନାଏକ କୌଣସି ସୂତ୍ରରୁ ଖବର ପାଇ ଚଢଉ କରି ଟ୍ରାକ୍ଟର ଜବତ କରିଛନ୍ତି। ଉଭୟ ଚୋରା ଚାଲାଣକାରୀ ଟ୍ରାକ୍ଟର ଖୁଣ୍ଟାପଡା ଅଞ୍ଚଳର ବୋଲି ଜଣାପଡିଛି। ତହସିଲ ପକ୍ଷରୁ ଜବତ କରାଯାଇଥିବା ଟ୍ରାକ୍ଟର ମାଲିକଙ୍କ ଠାରୁ ୨୦,୨୧୦ ଟଙ୍କା ଜୋରିମାନା ରୂପେ ଆଦାୟ କରାଯାଇଥିବା ତହସିଲଦାର ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

Comments are closed.