ରାଜସ୍ଥାନ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ କଲରାଜ ମିଶ୍ର

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ରାଜ୍ୟପାଳ କଲରାଜ ମିଶ୍ର ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଟ ୧୫ ବିଧାୟକଙ୍କୁ ନେଇ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି। ମହେନ୍ଦ୍ରଜିତ ସିଂ ମାଲବୀୟ, ହେମାରାମ ଚୌଧୁରୀ, ମହେନ୍ଦ୍ର ଯୋଶୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

 

ରବିବାର ଅଶୋକ ଗେହ‌ଲଟ୍‌ ନେତୃତ୍ବାଧୀନ ରାଜସ୍ଥାନ ସରକାରରେ କ୍ୟାବିନେଟ୍‌ ପୁନର୍ଗିଠତ ହୋଇଛି। ଏହା ପୂର୍ବରୁ ଶନିବାର ରାଜସ୍ଥାନ କଂଗ୍ରେସର ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ।ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଅଶୋକ ଗେହ‌ଲଟଙ୍କ ବାସଭବରେ ହୋଇଥିବା ବୈଠକ‌ରେ ସବୁ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟଙ୍କୁ ଦେଇଥିଲେ।

Comments are closed.