ବସ୍ ଇନସୁରାନ୍ସ ଅବଧି ୬ମାସ ବୃଦ୍ଧି ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ଵର : ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ  ନୀତିନ ଗଡକାରୀଙ୍କ ସହ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଓଡିଶା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ଭାଗ ନେଇଥିଲେ । ଆଲୋଚନା ସମୟରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦ୍ର ପରିବହନ ମନ୍ତ୍ରୀ  ନୀତିନ ଗଡକାରୀଙ୍କ ପାଖରେ ମୁଖ୍ୟତ ଦୁଇଟି ଦାବି ଉପସ୍ଥାପନ କରିଥିବା ବୈଠକପରେ ସୂଚନା ଦେଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜଣାଇଥିବା ଦୁଇଟି ଦାବି ମଧ୍ୟରେ ବସ୍ ଇନସୁରାନ୍ସ ଅବଧି ୬ ମାସ ବୃଦ୍ଧି ଏବଂ ଇଏମଆଇ ଛାଡ ପ୍ରସଙ୍ଗ ରହିଥିବା ଜଣାପଡିଛି।

ବର୍ତ୍ତମାନ ବସ ଗୁଡିକ ଚାଲୁନଥିବା କାରଣରୁ ବସ ଗୁଡିକର ଇନସୁରାନ୍ସ ଅବଧିକୁ ୬ ମାସ ବୃଦ୍ଧି କରାଯାଉ ଏବଂ ଲୋନରେ ବସ ଗୁଡିକ କିଣା ହୋଇଥିବାରୁ ବର୍ତ୍ତମାନ ପାଇଁ ଇଏମଆଇ ର ସୁଧ ଛାଡ଼ କରିବା ପାଇଁ ପ୍ରସ୍ତାବ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଆଗରେ ରଖିଥିଲେ । ଓଡିଶାର ଏହି ଦୁଇଟି ଦାବି ଶୁଣିବାପରେ କେନ୍ଦ୍ର ପରିବହନ ମନ୍ତ୍ରୀ ଏହି ଦାବିକୁ ଲିଖିତ ଭାବରେ ଦେବାପାଇଁ କହିଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.