ବିଶ୍ବସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ

- ସମ୍ପୂର୍ଣ୍ଣ ହେବ ଗ୍ୟାଲେରୀ, ପୂରଣ ହେବ ପଦ

ଭୁବନେଶ୍ବର: ବିଶ୍ବସ୍ତରୀୟ ହେବ ରାଜ୍ୟ ସଂଗ୍ରହାଳୟ। ଏନେଇ ବିବିଧ କାର୍ୟ୍ୟପନ୍ଥା ଗ୍ରହଣ କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଶେ‌ଷ ହେବ। ବିଶେଷକରି ନୂଆ ଗ୍ୟାଲେରୀ ସହିତ ଖାଲି ଥିବା ପଦବୀ ପୂରଣ କରାଯିବ। ସୂଚନା ଅନୁଯାୟୀ, ଖୁବ୍‌ଶୀଘ୍ର ସଂଗ୍ରହାଳୟରେ ନୂଆ ୫ ଗ୍ୟାଲେରୀ ଖୋଲିବା ନିମନ୍ତେ କାର୍ୟ୍ୟ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟ ରୂପରେଖରେ ପରିବର୍ତ୍ତନ ଅଣାଯାଇଛି। ଆକର୍ଷଣୀୟ ଆଲୋକମାଳା ଏବଂ ଫାଟକ ସାମ୍ନାରେ ଥିବା ଜଳଫୁଆରା ଉଭୟ ପର୍ୟ୍ୟଟକ ଏବଂ ପଥଚାରୀଙ୍କୁ ବିମୋହିତ କରୁଛି। ମାନବସମ୍ବଳ ଅଭାବ ସତ୍ତ୍ବେ କାର୍ୟ୍ୟ ଜାରି ରହିଛି।

ମୋଟ ୧୦୦ ପଦବୀରୁ ଏବେ ଅଧା ଖାଲି ପଡ଼ିଛି। ଏସବୁ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ପୂର୍ବରୁ ନୌବାଣିଜ୍ୟ ଗ୍ୟାଲେରୀ ଖୋଲିଥିବାବେଳେ ଚଳିତ ବର୍ଷ ଲଳିତକଳା ଏକାଡେମୀର ସୃଜନଶୀଳ ଆର୍ଟ ଗ୍ୟାଲେରୀ, ଗାନ୍ଧୀ ଗ୍ୟାଲେରୀ, ଇନଟାଞ୍ଜିବଲ ଐତିହ୍ୟ ଗ୍ୟାଲେରୀ, ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରୀ ଏବଂ ପଟ୍ଟଚିତ୍ର ଗ୍ୟାଲେରୀ ଖୋଲିବ। ଏହାବ୍ୟତୀତ କାଫେ‌େ‌ଟରିଆ ସାଙ୍ଗକୁ ସୋଭେନିୟର ସପ୍‌ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ପ୍ରତି ହୋଟେଲକୁ ଦିଆଯିବ ସଂଗ୍ରହାଳୟ କ୍ୟାଟଲଗ୍‌। ଯାହାଦ୍ବାରା ପର୍ୟ୍ୟଟକ ସଂଗ୍ରହାଳୟ ପ୍ରତି ଆକୃଷ୍ଟ ହେବେ। ଏନେଇ ଯୋଜନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Comments are closed.