ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ଉଦ୍‍ଯାପିତ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ସଭାକକ୍ଷରେ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ରାଜ୍ୟର ଅଣସଂଗଠିତ ଶ୍ରମିକ ଭାଇ ଭଉଣୀଙ୍କର ସମସ୍ତ ବହୁବିଧ ସମସ୍ୟା ସମାଧାନ ନିମନ୍ତେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏଆଇସିସିର ଅଣସଂଗଠିତ ଶ୍ରମିକ କଂଗ୍ରେସର ଓଡିଶା ପ୍ରଭାରୀ ଚନ୍ଦ୍ରଲେଖା ପାଣ୍ଡେ ଯୋଗଦେଇ କଂଗ୍ରେସ ଦଳର ଏହି ପ୍ରକୋଷ୍ଠର ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟକର୍ତାମାନେ ବ୍ୟାପକ ପ୍ରଶିକ୍ଷଣ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ଅଣସଂଗଠିତ ଶ୍ରମିକମାନଙ୍କୁ ସାମିଲ ପାଇଁ ଆହ୍ୱାନ ଦେଇଥିଲେ। ଆଗାମୀ ପିପିଲି ଉପନିର୍ବାଚନରେ ଅଣସଂଗଠିତ ଶ୍ରମିକ କଂଗ୍ରେସର ସୁଦକ୍ଷ ଓ ଅନୁଭବୀ କର୍ମକର୍ତାମାନଙ୍କୁ ନିର୍ବାଚନ ପ୍ରଚାର ଦାୟିତ୍ୱରେ ନିୟୋଜିତ କରିବାକୁ ପ୍ରଦେଶ କଂଗ୍ରେସ କମିଟିର ପ୍ରାକ୍ତନ ମୁଖପାତ୍ର ପଦ୍ମାକର ଗୁରୁ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

କାର୍ଯ୍ୟକାରିଣୀରେ କୈଳାସ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ନିରୁପମା ଦାସ, ଜ୍ୟୋତ୍ସ୍ନାମୟୀ ସେନାପତି, ରାଇଚରଣ ମହାନ୍ତି, ପରମାନନ୍ଦ ସେଠୀ ପ୍ରମୁଖ ରାଜ୍ୟ ସଂଯୋଜକ ମଂଚାସୀନ ଥିବା ବେଳେ ଜିଲ୍ଲା ସଂଯୋଜକ ଓ ସଂଯୋଜିକା ତଥା ରାଜ୍ୟ ସଂଯୋଜିକାମାନଙ୍କୁ ସଂଗଠନର ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଏହି ସଭାରେ ଚନ୍ଦ୍ରକାନ୍ତ ଖଣ୍ଡାୟୀ, ବିକାଶ ଦାସ, ଚକାଚରଣ ମାଝୀ ପ୍ରମୁଖ ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ।

Comments are closed.