ବାହାର ଜିଲ୍ଲାରୁ ଧାନ ଅନୁପ୍ରବେଶ ପାଇଁ ତିଆରି ହେଲା ସ୍କ୍ୱାର୍ଡ ଟିମ୍

ହରଭଙ୍ଗା : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ବାହାରଜିଲ୍ଲାରୁ ବ୍ୟାପକ ଧାନ ଅନୁପ୍ରବେଶ ଚାଲିଥିବା ନେଇ ବାରମ୍ବାର ଚାଷୀ ମହଲରୁ ଅଭିଯୋଗ ଆସୁଥିଲା। ଦଲାଲମାନେ ଦଶପଲ୍ଲା,ଆଠଗଡ ଅଂଚଲରୁ କମ୍ ଦରରେ ଧାନ ଆଣି ନକଲି ଚାଷୀଙ୍କ ନାଁରେ ବିକ୍ରି କରୁଥିଲେ। ଦିନକୁ ଦିନ ମଣ୍ଡିରେ ଦଲାଲିରାଜ ବୃଦ୍ଧି ପାଉଥିଲା ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ୱାର୍ଡ ଟିମ ଗଠନ କରାଯାଇଥିବା ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର ସୂଚନା ଦେଇଛନ୍ତି। ଧାନ ଅନୁପ୍ରବେଶ ଗାଡି ଉପରେ ସ୍କ୍ୱାର୍ଡ ଟିମ ତୀକ୍ଷ୍ନ ନଜର ରଖିଛି।

Comments are closed.