କ୍ରମାଗତ ୧୦୦ ଦିନରେ ପହଞ୍ଚିଲା ‘ଟିମ୍ ସିଲଭର ସିଟି’ କଟକର ନିରୀହ ବୁଲା ଗାଈ ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଣ ଅଭିଯାନ

କଟକ: କ୍ରମାଗତ ୧୦୦ ଦିନରେ ପହଞ୍ଚିଛି ‘ଟିମ୍ ସିଲଭର ସିଟି’ କଟକର ନିରୀହ ବୁଲା ଗାଈ ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଣ ଅଭିଯାନ।ଲକଡାଉନର କିଛି ଦିନ ପର ଠାରୁ ‘ଟିମ୍ ସିଲଭର ସିଟି’ କଟକର ସଦସ୍ୟ ମାନେ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଶହ ଶହ ନିରୀହ ବୁଲା ଗାଈ ଗୋରୁ,କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ସଦସ୍ୟ ମାନଙ୍କ ପ୍ରଚେଷ୍ଟା କ୍ରମେ ନିରନ୍ତର ଭାବେ ଏ ସେବା କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ କେବଳ ନିରୀହ ବୁଲା ଗାଈ ଗୋରୁ, କୁକୁରମାନଙ୍କୁ ନୁହେଁ  ଟିମ୍ ସିଲଭର ସିଟି’  କଟକ ତରଫରୁ ଏ ଲକଡାଉନ ଅବଧି ରେ ପ୍ରାୟ ୮ ହଜାରରୁ ରୁ ଅଧିକ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହିତ ୮ ଶହରୁ ଅଧିକ ଅସହାୟ ପରିବାରକୁ ସପ୍ତାହିକ ସଉଦା ମଧ୍ୟ ଯୋଗାଈ ଦେଇଛନ୍ତି।
ଏଭଳି ସେବା କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ସଦସ୍ୟ ମାନେ ମତପ୍ରକାଶ କରିଛନ୍ତି

Comments are closed.