କରୋନା ଲଢ଼େଇରେ ହାରିଗଲେ ସୁଟର ଦାଦି

ନୂଆଦିଲ୍ଲୀ: କରୋନା ସହ ଲଢେଇରେ ହାରିଗଲେ ସୁଟର ଦାଦି ଭାବେ ପରିଚିତ ଚାେନ୍ଦ୍ରା ତୋମାର। କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ସେ ଶୁକ୍ରବାର ୮୯ ବର୍ଷରେ ଦେହାନ୍ତ ହୋଇଛି। କିଛିଦିନ ତଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଠରର ଆନନ୍ଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କରୋନା ସଂକ୍ରମିତ ହେବା ନେଇ ଜଣାପଡ଼ିବା ପରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଚାେନ୍ଦ୍ରାଙ୍କ ପରଲୋକରେ କ୍ରୀଡ଼ା ସହ ରାଜନୀତି ଓ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।

ଉତ୍ତରପ୍ରଦେଶର ଭାଗପଥ ଗ୍ରାମରେ ଜନ୍ମିତ ଚାେନ୍ଦ୍ରା ୬୦ ବର୍ଷ ପରେ ବନ୍ଧୁକଚାଳନା ଆରମ୍ଭ କରିଥିଲେ। କୌଣସି ଜାତୀୟ ପ୍ରତିଯୋଗିତା ବିଜୟୀ ହୋଇନଥିଲେ ମଧ୍ୟ ତାଙ୍କ ବନ୍ଧୁକଚାଳନା ବେଶ ଉଚ୍ଚକୋଟୀର ଥିଲା। ଭାରତର ସବୁଠାରୁ ବୟସ୍କା ସାର୍ପ ସୁଟର ଭାବେ ଖ୍ୟାତି ଅର୍ଜନ କରିଥିବା ଚାେନ୍ଦ୍ରା ଏବଂ ପ୍ରକାଶି ତୋମାରଙ୍କ ଜୀବନକାହାଣୀକୁ ନେଇ ନିର୍ମିତ ଚଳଚିତ୍ରରେ ଅଭିନୟ କରିଥିଲେ।

Comments are closed.