ଆୟୁର୍ବେଦରେ ଭୋଜନର ନିୟମ

ଖାଦ୍ୟପାନୀୟରେ ଅନିୟମିତତା ହେଲେ ତାହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼େ। ଭୋଜନ କରିବା ସମୟରେ କେତୋଟି ତଥ୍ୟ ବାବଦରେ ଜାଣିରଖିବା ଜରୁରୀ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ, କେଉଁ ଖାଦ୍ୟ ସହ କ’ଣ ଖାଇବେ ଓ କ’ଣ ନ ଖାଇବେ, ତାହା ଭଲଭାବେ ଜାଣିରଖିବା ଉଚିତ।

-ବିରି ଡାଲି ପ୍ରସ୍ତୁତ କୌଣସି ବ୍ୟଞ୍ଜନ ଖାଇବା ପରେ ଖିର ପିଇବା ଅନୁଚିତ। ଏହା ହଜମରେ ଅସୁବିଧା କରାଇଥାଏ। ଆମିଷ ଭୋଜନ ପରେ ମଧ୍ୟ ଖିର ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ।

– କେତେଜଣ ଫ୍ରୁଟ୍ ସାଲାଡରେ ଦହି ମିଶାଇ ଖାଇଥାନ୍ତି। ତେବେ ଧ୍ୟାନରେ ରଖନ୍ତୁ, ଖଟା ଫଳ ଓ ଦହି ମିଶାଇ ଖାଇବା ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ।

-ମହୁ କେବେହେଲେ ଗରମ କରି ଖାଆନ୍ତୁ ନାହିଁ। ତାହା ଶରୀରରେ ବିଷ କ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଗରମ ପାଣିରେ ମହୁକୁ ମିଶାଇ ପିଇପାରିବେ କିନ୍ତୁ ମହୁକୁ ଗରମ କରନ୍ତୁ ନାହିଁ।

Comments are closed.